www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ଗ୍ରୀନ ଟି ପିଇବାର ସଠିକ ସମୟ

ଗ୍ରୀନ ଟିରେ ବହୁ ଔଷଧୀୟ ଗୁଣ ରହିଛି। ଏହା ସେବନ କରିବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ମୁଖ୍ୟତଃ ଓଜନ ହ୍ରାସ କରିଥାଏ। ଏହା ସହ ନିୟମିତ ଗ୍ରୀନ ଟି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ମାତ୍ର ଶରୀରକୁ ସୁସ୍ଥ ରଖିବା ପାଇଁ ଏହାକୁ ଠିକ ସମୟ ଏବଂ ଠିକ ଉପାୟରେ ପିଇବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ କେଉଁ ସମୟରେ ଗ୍ରୀନ ଟି ପିଇବା ଉଚିତ….
ଗ୍ରୀନଟିକୁ ଖାଦ୍ୟ ଖାଇବା ସମୟରେ ପିଇବା ଉଚିତ ନୁହେଁ। ଏଥିରେ କ୍ୟାଟେରିନ ଥାଏ। ଏହି ତତ୍ତ୍ୱ ଶରୀରରେ ଆଇରନକୁ ଅବଶୋଷଣ କରିବାରେ ସମସ୍ୟା ହୋଇଥାଏ। ତେଣୁ ଖାଇବାର କିଛି ଘଣ୍ଟା ପରେ ପିଅନ୍ତୁ।
ଓଜନ ହ୍ରାସ ପାଇଁ ଯଦି ଆପଣଙ୍କ ଇଚ୍ଛା ଥାଏ, ଖାଇବାର ୧-୨ ଘଣ୍ଟା ପୂର୍ବରୁ ଗ୍ରୀନ ଟି ପିଅନ୍ତୁ।
ଗ୍ରୀନ ଟିକୁ ପ୍ରସ୍ତୁତ କରିବା ପରେ ତୁରନ୍ତ ପିଅନ୍ତୁ। ଏହାକୁ ତିଆରି କରିବାର ୩୦ ମିନିଟ ପରେ ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ଓ ଆଣ୍ଟିଅକ୍ସିଡ଼ାଣ୍ଟ ନଷ୍ଟ ହୋଇଯାଇଥାଏ।

courtesy : Natural Food Series

ସକାଳେ କିମ୍ବା ଖାଲି ପେଟରେ ଏହାକୁ ପିଅନ୍ତୁ ନାହିଁ। ଖାଲି ପେଟରେ ଏହାକୁ ପିଇଲେ ପେଟ ବିନ୍ଧା, ଏସିଡ଼ିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ।
ଦିନକୁ ଥରେ କିମ୍ବା ଦୁଇ ଥର ଏହାକୁ ପିଇବା ଉଚିତ। ଅଧିକ ଥର ପିଇଲେ ମୁଣ୍ଡ ବୁଲାଇବା, ଅନିଦ୍ରା ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
କୌଣସି ଔଷଧ ଖାଇବାର କିଛି ସମୟ ପୂର୍ବରୁ କି ପରେ ଗ୍ରୀନ ଟି ପିଇବା ଉଚିତ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ ଅଟେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories