www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବରକୋଳି

ବରକୋଳି ଖାଇବାକୁ ସମସ୍ତ ଭଲ ଲାଗିଥାଏ। ଏହା ସାଧାରଣତଃ ଶୀତ ଦିନେ ମିଳିଥାଏ। ଅତ୍ୟଧିକ ବରକୋଳି ଖାଇବା ଦ୍ବାରା ଥଣ୍ଡା, କାଶ ଓ କଫ ହୋଇଥାଏ। କିନ୍ତୁ ବରକୋଳି ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ହୋଇଥାଏ। ଏଥିରେ ଥିବା ଭିଟାମିନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବରକୋଳିରେ ଥିବା ପୋଷକ ତତ୍ତ୍ବ ଶରୀର ପାଇଁ ଉପଯୋଗୀ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। ବରକୋଳି ଖାଇବା ଦ୍ବାରା ଶରୀରରେ ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହା ହଜମ ଶକ୍ତି ବୃଦ୍ଧି କରିଥାଏ। ବରକୋଳି ଖାଇବା ଦ୍ବାରା କେଶ ଲମ୍ବା, ଘନ ଓ ସୁସ୍ଥ ହୋଇଥାଏ।

ପ୍ରତିଦିନ ସକାଳ ସମୟ​‌ରେ ୨-୪ଟି ବରକୋଳି ଖାଇବା ଦ୍ବାରା ହଜମ କ୍ରିୟା ସୂଚାରୁ ରୂପେ ହୋଇଥାଏ। ବରକୋଳିରୁ ଆଚାର ପ୍ରସ୍ତୁତ କରାଯାଇଥାଏ। ଅଧିକ ଥଣ୍ଡା ଥିଲେ ବରକୋଳି ଖାଆନ୍ତୁ ନାହିଁ। ଏହା ଖାଇବା ଦ୍ବାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories