www.samajalive.in
Friday, December 5, 2025
20.1 C
Bhubaneswar

ଏସିଡ଼ିଟି ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ ଲୋକେ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାକୁ ଦୂର କରି ପାରିବା। ଜାଣନ୍ତୁ ତାହା କ’ଣ….

ତୁଳସୀ ପତ୍ର-
ତୁଳସୀ ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଏସିଡ଼ିଟି ମଧ୍ୟ ଦୂର କରିଥାଏ। ଏକ ଗ୍ଲାସ ପାଣିରେ କିଛି ତୁଳସୀ ପତ୍ରକୁ ୨ଘଣ୍ଟା ଭିଜାଇ ପିଅନ୍ତୁ। ଏହାକୁ ପ୍ରତି ଦୁଇ ଦିନକୁ ଥରେ ପିଇବା ଦ୍ୱାରା ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
ଡ଼ାଲଚିନି –
ଡ଼ାଲଚିନିକୁ ପାଣିରେ ଅଳ୍ପ କିଛି ସମୟ ଫୁଟାଇବା ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହା ଦ୍ୱାରା ଏସିଡ଼ିଟି ଦୂର ହେବା ସହ ଖାଦ଼୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଦହି –
ବହୁ ଲୋକଙ୍କର ଯେକୌଣସି ଖାଦ୍ୟ ଖାଇଲେ ମଧ୍ୟ ଏସିଡ଼ିଟି ହୋଇଥାଏ। ସେମାନେ ନିୟମିତ ଦହି ଖାଇବା ଦ୍ୱାରା ଏହି ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।

ଲବଙ୍ଗ –
ଲବଙ୍ଗରେ ବହୁ ଆୟୁବୈଦିକ ଗୁଣ ରହିଛି। ଯାହା ଏସିଡ଼ିଟିକୁ ଦୂର କରିବା ପାଇଁ ଲାଭଦାୟକ ଅଟେ। ନିଜ ଖାଦ୍ୟ ସହ ପ୍ରତିଦିନ ଲବଙ୍ଗର ବ୍ୟବହାର କରନ୍ତୁ। ଏହା ଏସିଡ଼ିଟି ଦୂର କରେ ଓ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସାହାଯ୍ୟ କରେ।

ଜିରା –
ଜିରା ଏସିଡ଼ିଟି ଦୂର କରିବା ସହ ପେଟ ଜନିତ ସମସ୍ତ ସମସ୍ୟା ଦୂର କରେ। ନିୟମିତ ଜିରାକୁ ଅଳ୍ପ ଉଷୁମ ପାଣିରେ ଫୁଟାଇ ଏହାକୁ ପିଅନ୍ତୁ। ଏହା ଖୁବ ଲାଭଦାୟକ ଅଟେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories