www.samajalive.in
Friday, December 5, 2025
26.1 C
Bhubaneswar

ମସ୍ତିଷ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ

ବାୟୁ ପ୍ରଦୂଷଣ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଆମର ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
ଗବେଷଣାରୁ ଜଣା ପଡ଼ିଛି ଯେ ବାୟୁ ପ୍ରଦୂଷଣ  ଯୋଗୁଁ ମାନସିକ ଅବସ୍ଥା ବିଶେଷ କରି ଚିନ୍ତା କରିବା ଶକ୍ତି ବହୁ ପରିମାଣରେ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ଠାରେ ଅତ୍ୟଧିକ ଦେଖିବାକୁ ମିଳିଥାଏ। କାରଣ ମହିଳା ମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସମୟ ଘରରୁ ବାହାର ପରିବେଶରେ ରହିଥାଆନ୍ତି। ଅଧିକ ଯାନବାହନ ଚଳାଚଳ ଏବଂ ବୃକ୍ଷ କାଟିବା ପ୍ରଦୂଷଣର ମୁଖ୍ୟ କାରଣ। ଯାନବାହନରୁ ନିର୍ଗତ ହେଉଥିବା ଧୂଆଁର କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ପ୍ରଭାବିତ କରେ।

ଅତ୍ୟଧିକ ପ୍ରଦୂଷଣ ଫଳରେ ଏଥିରେ ଥିବା ଦୂଷିତ ପଦାର୍ଥ ଶରୀର ଭିତରକୁ ପ୍ରବେଶ କରିବାରୁ ଏହାର ପ୍ରଭାବ ମସ୍ତିଷ୍କ ଉପରେ ଅଧିକ ପଡ଼ିଥାଏ। ବାକ୍‍ ଶକ୍ତି ଉପରେ ମଧ୍ୟ ଏହା ପ୍ରଭାବ ପଡ଼ୁଛି।

- Advertisement -

ଏହାର ପ୍ରଧାନ କାରଣ ହେଉଛି ପ୍ରଦୂଷଣରେ ଥିବା କ୍ଷତିକାରକ ପଦାର୍ଥ ମସ୍ତିଷ୍କର ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ। ମସ୍ତିଷ୍କର ବହୁ ସ୍ଥାନରେ କ୍ଷତିକାରକ ପଦାର୍ଥ ଏକ ସ୍ତର ଭଳି ରହିଥାଏ। ଯାହା ଦ୍ୱାରା ଭାବିବା ଏବଂ ବୁଝିବା ଶକ୍ତି ହ୍ରାସ ପାଏ।
ବୟସ୍କ ବ୍ୟକ୍ତି ମାନଙ୍କ ଉପରେ ପ୍ରଦୂଷଣର ପ୍ରଭାବ ଅଧିକ ପଡ଼ିଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories