www.samajalive.in
Saturday, December 6, 2025
23.1 C
Bhubaneswar

୬୨ଲିଟର ଦେଶୀ ମଦ ଜବତ

ନବରଙ୍ଗପୁର: ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଡିଙ୍ଗା, କୋଷାଗୁମୁଡା ଏବଂ ନବରଙ୍ଗପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯିବା ସହ ଦେଶୀ ମଦ ଜବତ କରଯାଇଛି। କୋଷାଗୁମୁଡା ଥାନା ଅନ୍ତର୍ଗତ ସିରାଗୁଡା ଗ୍ରାମର ଅର୍ଜୁନ ଭତ୍ରାଙ୍କ ଘରେ ଚଢଉ କରାଯାଇ ୯ ଲିଟର ଦେଶୀ ମଦ, କୋଡିଙ୍ଗା ଥାନା ଅନ୍ତର୍ଗତ ମୁଦିନାୟକଗୁଡା ଗ୍ରାମର ଧନଞ୍ଜୟ ପରଜାଙ୍କ ଠାରୁ ୭ ଲିଟର, ଗାଦବାଗୁଡା ଗ୍ରାମର ଲଳିତା ଗୌଡଙ୍କ ଠାରୁ ୮ ଲିଟର ଦେଶୀ ମଦ, ବାଟିଗୁଡା ଗ୍ରାମର ବାଇଦି ବିଶୋଇ ଠାରୁ ୮ ଲିଟର, ନବରଙ୍ଗପୁର ଥାନା ଅନ୍ତର୍ଗତ ଗୁମାଗୁଡା ଗ୍ରାମର ଜଗବନ୍ଧୁ ଭତ୍ରାଙ୍କ ଠାରୁ ୫ ଲିଟର, ବୁଲି ନାୟକଙ୍କ ଠାରୁ ୫ ଲିଟର ଓ ଦନାଗୁଡା ଗ୍ରାମର ମାମା ଭତରାଙ୍କ ଠାରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେମାନଙ୍କ ଠାରୁ ମୋଟ ୬୨ଲିଟର ଦେଶୀମଦ ଜବତ ହୋଇଛି। ଅବକାରୀ ଅଧୀକ୍ଷକ ଡମ୍ବୁରୁଧର ଖଣ୍ଡଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ରଚରଣ ମଣ୍ଡଳ, ଏସ୍ଆଇ ବୃନ୍ଦାବନ ମଣ୍ଡଳ, ପ୍ରତ୍ୟୁଷ କଛପ, ମହେନ୍ଦ୍ର ଭତ୍ରା, ସଦାଶିବ ଭତ୍ରା, ରୀନା ବଡନାୟକ, ଉମେଶ ହରିଜନ, ରଂଜି ଜାନୀ, ସୁଧାଂଶୁ ବାଗ ପ୍ରମୁଖ ଏହି ଚଢଉ କରିଥିଲେ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୭ଟି ମାମଲା ରୁଜୁ କରାଯାଇଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories