ବର୍ଷାଦିନିଆ ସୁସ୍ଥ ଖାଦ୍ୟପାନୀୟ

0

ବର୍ଷା ଋତୁରେ ସାମାନ୍ୟତମ ଅସାବଧାନତାରେ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏଣୁ ଜଗିରଖି ଖାଦ୍ୟ ଖାଇବା ଆବଶ୍ୟକ। ରାସ୍ତାକଡ଼ ଦୋକାନ ଓ ବାହାର ପ୍ୟାକେଟ୍ ଫୁୁଡ୍ ଏହିଦିନେ ନ ଖାଇବା ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଯେପରି ଗ୍ରୀଷ୍ମରେ ନିୟମିତ ଦହି ସେବନ କଲେ ପେଟ ଥଣ୍ଡା ରହେ। ସେହିପରି ବର୍ଷା ଋତୁରେ ଦହିକୁ ନିଜ ଖାଦ୍ୟପାନୀୟରେ ସାମିଲ କରାଇବା ଖୁବ୍ ଲାଭକାରୀ।
ଦହି କଡ଼ି: ଏହି ପଞ୍ଜାବୀ ଖାଦ୍ୟରେ ବେସନ ଓ ଦହିର ମିଶ୍ରଣ ଥାଏ। ପୋଷକତତ୍ତ୍ବ ଭରପୂର ଦହିକଡ଼ିରେ ପ୍ରୋଟିନ, ଆଇରନ୍ ଓ ଫାଇବର୍ ଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଏଥିରେ ଥିବା ଫସଫରସ୍ ହାଡ଼ ଓ ଦାନ୍ତକୁ ମଜବୁତ୍ କରିବା ସହ ତ୍ବଚା ପାଇଁ ମଧ୍ୟ ଉପକାରୀ। ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏହି ‘ଦହି-କଡ଼ି’ ଗର୍ଭବତୀଙ୍କ ଶକ୍ତି ମଧ୍ୟ ବୃଦ୍ଧି କରେ। ପ୍ରତ୍ୟେକ ବର୍ଗର ଲୋକେ ଏହି ବ୍ୟଞ୍ଜନ ଖାଇଲେ ପେଟ ସମସ୍ୟା ହେବାର ଆଶଙ୍କା କମ୍ ହୁଏ।
ବଟର ମିଲ୍କ: ଘରେ ଏହାକୁ ଖୁବ୍ ସରଳ ତଥା ସହଜ ପ୍ରଣାଳୀରେ ପ୍ରସ୍ତୁତ କରିହେବ। ନିୟମିତ ଭୋଜନ ପୂର୍ବରୁ ଏହା ପିଇଲେ ଭଲ ହଜମ ହେବ। ଏହା ଏକ ଲୋ-ଫ୍ୟାଟ୍ ପାନୀୟ। ଯୁବପିଢ଼ି ଓ ବୟସ୍କ ସମସ୍ତେ ଏହି ପାନୀୟ ପିଇବା ଶରୀର ପାଇଁ ଖୁବ୍ ଲାଭକାରୀ।
ଦହି-ଗୁଡ଼: ବିଶେଷଜ୍ଞଙ୍କ ମତରେ ସମାନ ପରିମାଣରେ ଦହି-ଗୁଡ଼ ମଧ୍ୟ ଏହିଦିନେ ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ। ଏହାକୁ ଦ୍ବିପହର ଭୋଜନ ପରେ ଅଳ୍ପ ପରିମାଣରେ ଖାଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ। ବିଶେଷଜ୍ଞଙ୍କ ପରାମର୍ଶ ନେବା ମଧ୍ୟ ଆବଶ୍ୟକ।

kalyan agarbati
Leave A Reply