ପେନ୍‍କିଲର ଖାଉଥିଲେ ସାବଧାନ, ହୋଇପାରେ କ୍ଷତିକାରକ

0

ନୂଆଦିଲ୍ଲୀ : ଶରୀର ପୀଡା ବା ଦରଜ ହେବା ଏକ ସାଧାରଣ କଥା। ବେଳେ ବେଳେ କଠିନ ପରିଶ୍ରମ କରିଥିଲେ ଶରୀର ପୀଡା ହୋଇଥାଏ, ଆଉ କେତେବେଳେ ଦେହ ଖରାପ ଥିଲେ ହେହ ପୀଡା ହୋଇଥାଏ। ଆଉ ମଧ୍ୟ କିଛି ଲୋକଙ୍କର ଶାରୀରିକ ଦୁର୍ବଳତା ହେତୁ ଦେହ ପୀଡା ହୋଇଥାଏ। ଏଥିପାଇଁ ଲୋକମାନେ କୌଣସି ବିଚାର ନକରି ପେନକିଲର ଖାଇବା ଆରମ୍ଭ କରିଦେଇଥାନ୍ତି। କ’ଣ ଆପଣ ମଧ୍ୟ ସେହି ଲୋକ ମାନଙ୍କ ମଧ୍ୟରୁ ଜଣେ? ଯଦି ହଁ, ତେବେ ଆପଣ ମାନଙ୍କୁ ଏଥିନେଇଁ ସାବଧାନ ରହିବା ଆବଶ୍ୟକ। ବାରମ୍ବାର ପେନକିଲର ଖାଇବା ଦ୍ୱାରା ଏହାର ଅନେକ କୁପ୍ରଭାବ ଶରୀର ଉପରେ ପଡିଥାଏ। ତେବେ ଆସନ୍ତୁ ଜାଣିବା ବାରମ୍ବାର ପେନକିଲର ଖାଇବା ଦ୍ୱାରା ଶରୀର ଉପରେ ଏହାର କ’ଣ ପାର୍ଶ୍ବପ୍ରତିକ୍ରିୟା ପଡିଥାଏ।
କ’ଣ ଆପଣ ନିହାତି ପେନକିଲର ଖାଇବା ଆବଶ୍ୟକ?
ସର୍ବପ୍ରଥମେ ଆପଣଙ୍କୁ ସୁନିଶ୍ଚିତ କରିବାକୁ ହେବ ଆପଣଙ୍କ ଶରୀର ପୀଡା ହେବାର ପ୍ରକୃତ କାରଣ କ’ଣ? ଆପଣ ଜାଣିବା ଆବଶ୍ୟକ ଯେ ଏହି ପେନକିଲର ଖାଇବା ଦ୍ୱାରା କିଛିକ୍ଷଣ ପାଇଁ ଦେହରୁ ପୀଡା କମିଯାଇଥାଏ, ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ଦେହକୁ ସୁସ୍ଥ କରିନଥାଏ। ଯଦି ଆପଣଙ୍କର ଶରୀରରେ ବାରମ୍ବାର ପୀଡା ହେଉଛି ତେବେ ଆପଣ ଏନେଇ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବା ଆବଶ୍ୟକ।

prayash

ପେନକିଲର ଖାଇବାର କୁପ୍ରଭାବ
. ଅଧିକ ମାତ୍ରାରେ ପେନକିଲର ଖାଇବା ଦ୍ୱାରା ଜୀବନ ଚାଲିଯିବାର ଭୟ ରହିଥାଏ।
. ଏହା ଅଧିକ ଶେବନ କରିବା ଦ୍ୱାରା ହଜମ ପକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ।
. ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିନଥାଏ।
. ଅଧିକ ମାତ୍ରାରେ ପେନକିଲର ଖାଉଥିବା ଲୋକମାନଙ୍କ କ୍ଷେତ୍ରରେ ଏହା କାମକରିନଥାଏ।
. ବାରମ୍ବାର ପେନକିଲର ଖାଇଲେ ଆଲକହଲ ଭଳି ନିଶା ଦ୍ରବ୍ୟ ଖାଇବାର ସମ୍ଭାବନା ବୃଦ୍ଧି ପାଇଥାଏ।

kalyan agarbati
Leave A Reply