www.samajalive.in
Saturday, December 6, 2025
16.1 C
Bhubaneswar

ପାଚନ ତନ୍ତ୍ରକୁ ସୁସ୍ଥ ରଖିବାର ଘରୋଇ ଉପାୟ

କୁହାଯାଇଥାଏ ଯେ, ଆମର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଆମ ପେଟ ସହ ଜଡ଼ିତ। ଯଦି ପେଟ ଜନିତ କୌଣସି ସମସ୍ୟା ସୃଷ୍ଟି ନ ହୁଏ ତେବେ ସ୍ୱାସ୍ଥ୍ୟ ଭଲ ରହିଥାଏ। ତେଣୁ ନିଜର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଯଦି ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହେ ତଥା ଖାଦ୍ୟରୁ ସଠିକ ପରିମାଣରେ ପୋଷକ ତତ୍ତ୍ୱ ଅବଶୋଷିତ କରେ, ତେବେ ତାହା ଆମ ଶରୀର ସୂଚାରୁ ରୂପେ ଗ୍ରହଣ କରିଥାଏ। ସକାଳ ସମୟରେ କିଛି ଏପରି ଅଭ୍ୟାସ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ତାହା କ’ଣ….
ପାଣି – ସକାଳୁ ଉଠିବା ମାତ୍ରେ ଆପଣ ଖାଲି ପେଟରେ ଏକ ଗ୍ଲାସ ପାଣି ପିଅନ୍ତୁ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ, ମସ୍ତିଷ୍କ ସକ୍ରିୟ କରିଥାଏ। ପାଣିରେ ସାମାନ୍ୟ ଲେମ୍ବୁ ରସ ପକାଇ ମଧ୍ୟ ପିଇ ପାରିବେ।
ଯୋଗ କରିବା – ସକାଳୁ ଉଠି ନିୟମିତ ଯୋଗ କରିବା ଦ୍ୱାରା ପାଚନ ତନ୍ତ୍ର ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।
ସନ୍ତୁଳିତ ଜଳଖିଆ ଖାଆନ୍ତୁ –
ଜଳଖିଆ ଦିନର ପ୍ରଥମ ଭୋଜନ ଅଟେ। ତେଣୁ ଏଥିରେ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। ଏହା ଆପଣଙ୍କୁ ଦିନଯାକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଜଳଖିଆରେ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories