ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା, ଜଳସେଚନ ଓ ରିଙ୍ଗବନ୍ଧ ଉପରେ ଆଲୋଚନା

ହରଭଙ୍ଗା ଆଂଚଳିକ ଉନ୍ନୟନ ପରିଷଦ ବୈଠକ

ହରଭଙ୍ଗା: ହରଭଙ୍ଗା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସଭାପତି ପ୍ରଦୀପ୍ତ କୁମାର ସାହୁ ଅଧ୍ୟକ୍ଷତାରେ ଆଂଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ସହିତ କ୍ଷୁଦ୍ରଜଳସେଚନ ପ୍ରକଳ୍ପରୁ ଚାଷିଙ୍କୁ ପାଣି ମିଳୁନଥିବା ଏବଂ ବନ୍ୟାଦାଉରୁ ରକ୍ଷାପାଇଁ ମହାନଦୀରେ ରିଙ୍ଗବନ୍ଧ ନିର୍ମାଣ ନିମନ୍ତେ ବୈଠକରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା।

prayash

ଏଭଳି ବୃହତ୍ ଦାବୀ ପୂରଣ ପାଇଁ ଅଂଚଳର ଲୋକପ୍ରତିନିଧି,ଉନ୍ନୟନ ପରିଷଦ ସଦସ୍ୟ ଏବଂ ବୁଦ୍ଧିଜୀବିମାନଙ୍କୁ ନେଇ ଏକ ଦଳ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ମନ୍ତ୍ରୀଙ୍କୁ ଭେଟିବା ପରେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହୋଇଥିଲା।

ବୈଠକରେ ସଭାପତିଙ୍କ ସହ ସମ୍ପାଦକ ବିଜୟାନନ୍ଦ ସାହୁ,ଉପସଭାପତି ପ୍ରଫୁଲ କର୍ଣ୍ଣ,ହରଭଙ୍ଗା ସରପଞ୍ଚ ପ୍ରତିନିଧି ପ୍ରକାଶ କୁମାର ବେହେରା,ସଂଗ୍ରାମ ବେହେରା,ସରୋଜ କୁମାର ଭୋକ୍ତା,ଅଜିତ ଦାସ,ଭୋଳାନାଥ ରଣା,ନରେନ୍ଦ୍ର କୁମାର ପ୍ରଧାନ ,ବବୁଲୁ ଖଡିରତ୍ନ ପ୍ରମୁଖ ଯୋଗଦାନ କରିଥିଲେ।

kalyan agarbati

Comments are closed.