ହରଭଙ୍ଗା : ଦୀର୍ଘ ସାତ ମାସପରେ ଦ୍ୱିତୀୟ ଥର ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କଓ୍ବାଲ ମଙ୍ଗଳବାର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍ ଠାରୁ ବଲାଙ୍ଗୀର ନୂତନ ନିର୍ମାଣଧିନ ରେଳପଥର ସୋନପୁର ଠାରୁ ବୌଦ୍ଧ – ପୁରୁଣାକଟକ ରେଳ ଷ୍ଟେସନ ପର୍ଯ୍ୟନ୍ତ ନୀରିକ୍ଷଣ କରିଛନ୍ତି । ସୋନପୁର ପାର୍ଶ୍ବରୁ ମହାପ୍ରବନ୍ଧକ ଏକ ସ୍ୱତନ୍ତ୍ର ନିରୀକ୍ଷଣ ରେଳ କାରରେ ଆସି ଅପରାହ୍ନ ପ୍ରାୟ ୧.୩୦ ସମୟରେ ବୌଦ୍ଧ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ମଧ୍ୟାହ୍ନଭୋଜନ ସାରି ପ୍ରସ୍ତାବିତ ଉଦଘାଟନକାର୍ଯ୍ୟ ନିମନ୍ତେ ଷ୍ଟେସନ ସମ୍ମୁଖ ପଡିଆ ସହିତ ବୌଦ୍ଧ କଚେରୀପଡିଆ ଏବଂ ଷ୍ଟାଡିୟମ ପରିଦର୍ଶନ କରିଥିଲେ ।ପାଖାପାଖି ୪ଟାବେଳେ ବୌଦ୍ଧ ଷ୍ଟେସନରୁ ପୁରୁଣା-କଟକ ଷ୍ଟେସନ ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ରେଳରେ ପହଞ୍ଚିଥିଲେ । ଆସିବା ବାଟରେ ୪୭୬ ନମ୍ବର ବ୍ରିଜ ପାଖରେ ୧୦ ମିନିଟ ନିରୀକ୍ଷଣ କରିବା ସହିତ ପୁରୁଣାକଟକ ଷ୍ଟେସନ ବିଲଡିଂ ସହିତ ଟିକେଟ କାଉଣ୍ଟର, ଅନ୍ୟାନ୍ୟ ହଲ ଏବଂ ସମ୍ମୁଖ ଭାଗ ନୀରିକ୍ଷଣ କରିବା ସହିତ ନିର୍ମାଣଦାୟିତ୍ୱରେ ଥିବା ମୁଖ୍ୟଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମହାପ୍ରବନ୍ଧକ ରେଳଲାଇନ କାର୍ଯ୍ୟ ନିରୀକ୍ଷଣ କରିବା ସହିତ ସମୟନୁସାରେ କାର୍ଯ୍ୟ ସମ୍ପାଦନ ଦିଗରେ ଗୁରତ୍ୱାରୋପ କରିଥିଲେ । ବକେୟା ଥିବା ନିର୍ମାଣ କାର୍ଯ୍ୟ ଅଗ୍ରଗ୍ରତି ଉପରେ ସମୀକ୍ଷା କରିବା ସହିତ ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ବଜାୟ ରଖିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ଗୁରୁତ୍ୱପୂୂର୍ଣ୍ଣ ନିର୍ମାଣକାର୍ଯ୍ୟ ଉପରେ ସମୀକ୍ଷା କରିବା ସହିତ ସମୟସୀମା ମଧ୍ୟରେ ସମାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।ମହାପ୍ରବନ୍ଧକଙ୍କ ଗସ୍ତ ସମୟରେ ତାଙ୍କ ସହିତ ପୂର୍ବତଟ ରେଳପଥ ମୁଖ୍ୟ ପ୍ରସାଶନିକ ଅଧିକାରୀ ଏ.ଜି ଶ୍ରୀନିବାସ,ମୁଖ୍ୟଯନ୍ତ୍ରୀ ଅଜୟ କୁମାର ସାମଲ,ପ୍ରମୁଖ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ୨୫ ଏବଂ ୨୬ ତାରିଖରେ ବୌଦ୍ଧ ,ବୀରନରସିଂହପୁର ଏବଂ ପୁରୁଣାକଟକ ପର୍ଯ୍ୟନ୍ତ ରେଳବିଭାଗ ପକ୍ଷରୁ ଦୁଇଦିନିଆ ସି.ଆର.ଏସ(କମିଶନର ଅଫ ରେଳ ସେଫଟି) କାର୍ଯ୍ୟ ସରିଥିଲା ।ପାଖାପାଖି ଅଢେଇମାସ ପରେ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ଆଜି ନିର୍ମାଣକାର୍ଯ୍ୟର ଅଗ୍ରଗତି ଉପରେ ଫାଇନାଲ ନିରୀକ୍ଷଣ କରିଥିବା ଜଣାପଡିଛି ।ଯାହାଫଳରେ ଖୁବ୍ କମଦିନ ମଧ୍ୟରେ ସୋନପୁର ପାଶ୍ୱର୍ରୁ ବୌଦ୍ଧ ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳଚଳାଚଳ ହେବ ବୋଲି ମୁଖ୍ୟଯନ୍ତ୍ରୀ ଅଜୟ କୁମାର ସାମଲ ସୂଚନା ଦେଇଛନ୍ତି ।
ଖୁବ୍ ଶୀଘ୍ର ବୌଦ୍ଧରୁ ପୁରୁଣା କଟକକୁ ଗଡିବ ରେଳ, ପ୍ରକଳ୍ପ କାର୍ଯ୍ୟ ନିରୀକ୍ଷଣ କଲେ ମହାପ୍ରବନ୍ଧକ
Popular Categories



