www.samajalive.in
Friday, December 5, 2025
23.1 C
Bhubaneswar

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖମ୍ବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଲୁହା ବିଦ୍ୟୁତ ଖମ୍ବ ବିପଦସଂକୁଳ ଅବସ୍ଥାରେ ରହିଛି, ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସଦର ବଡବ୍ରାହ୍ମଣ ସାହିରେ ଥିବା ପୁରୁଣା ଲୁହା ବିଦ୍ୟୁତ ଖମ୍ବର ତଳ ପାର୍ଶ୍ୱରେ କଳଙ୍କି ଲାଗି ଭାଙ୍ଗିବାକୁ ଲାଗିଲାଣି। ଏହାକୁ ନେଇ ଅଭିଯୋଗ କରିବା ପରେ ତା’ ପାଖକୁ ଅନ୍ୟ ଏକ ଲୁହାଖଣ୍ଡ ଖମ୍ବ ପୋତି ତାର ସାହାଯ୍ୟରେ ବାନ୍ଧି ରଖିଛନ୍ତି। ଏହି ନଷ୍ଟ ହୋଇଯାଇଥିବା ବିଦ୍ୟୁତ ଖମ୍ବକୁ ବାହାର କରି ନୂତନ ଖମ୍ବ ପୋତି ବିଦ୍ୟୁତ ସଂଯୋଗ କରିବା ପାଇଁ ଦାବି କରିଥିଲେ। ଏହି ଖମ୍ବ ନିକଟରେ ନୂତନ ସିମେଣ୍ଟ ଖମ୍ବ ପୋତି ଲୋକଙ୍କୁ ସନ୍ତୋଷ କରିବା ଭଳି ଛାଡି ଦେଇଛନ୍ତି। କିନ୍ତୁ ସେହି ନୂତନ ଖମ୍ବରେ କେବୁଲ ଲାଇନ ସଂଯୋଗ କରାଯାଇନାହିଁ। ସେହିପରି କାମ୍ପସାହି, ଦାଣ୍ଡିଆ ସାହି, କାଚରା ସାହି, ଜଗନ୍ନାଥ ସାହି ବିଦ୍ୟୁତ ଖମ୍ବ ନଷ୍ଟ ହୋଇଥିବାବେଳେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଥିବା ଟ୍ରାନ୍ସଫରମର ଢଳି ବିପଦସଂକୁଳ ଅବସ୍ଥାରେ ରହିଛି। ପୁରୁଣାଭଟ୍ଟା ଓ ଗିରିଆଗୁଡା ଗ୍ରାମରେ ଥିବା ବିଲ ମଝି ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ତଳୁଆ ହୋଇ ଲମ୍ବି ରହିଛି। ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ବସାଯାଇଥିବା ଟ୍ରାନ୍ସଫରମର ଖମ୍ବ ଢଳି ରହିଛି। ବର୍ଷା ଦିନ ପୂର୍ବରୁ ତାହାକୁ ସଠିକ ଭାବରେ ପୋତି ଟ୍ରାନ୍ସଫରମର ବସା ନଗଲେ ତାହା ଭୁଶୁଡି ପଡ଼ିବ। ସେତେବେଳେ କିଛି ଦିନ ଅନ୍ଧାରରେ ରହିବାକୁ ପଡ଼ିବ। ସେଥିପାଇଁ ବେଳ ଥାଉ ଥାଉ ସଜାଡ଼ିବାକୁ ପଡ଼ିବ। ଏଥିପ୍ରତି ବିଦ୍ୟୁତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ସ୍ଥାନରେ ନୂତନ ବିଦ୍ୟୁତ ଖମ୍ବଗୁଡିକ ପୋତି ବିଦ୍ୟୁତ କେବୁଲ ଲଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

କଲ୍ୟାଣସିଂହପୁର ସଦରରେ ଥିବା ବିଦ୍ୟୁତ ବିଭାଗର ଏଙ୍କେଟି ନେମାଲପୁରୀ ଲାଇନମ୍ୟାନ ପ୍ରାୟ ଏକ ବର୍ଷ ହେବ ଅବସର ନେବା ପରେ ଆଜି ପର୍ଯ୍ୟନ୍ତ କୌଣସି ଲାଇନମ୍ୟାନଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଅନ୍ୟ ସବୁଠାରେ ଲାଇନମ୍ୟାନ ରହିଥିବାବେଳେ ସଦରରେ କେଉଁ କାରଣରୁ ଲାଇନମ୍ୟାନଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଏଠାରେ ଥିବା ଏନାମାର ପିଲାଙ୍କୁ ଲାଇନମ୍ୟାନର ଦାୟିତ୍ୱ ତୁଲାଇବା ପାଇଁ ଦିଆଯାଉଛି। ଯଦି କୌଣସି କାରଣବଶତଃ ଅଘଟଣ ଘଟେ, ତେବେ କିଏ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସଦରରେ ସବୁ ସମୟରେ ବିଦ୍ୟୁତ ସମସ୍ୟା ଦେଖାଦେଉଛି। ଏଠାରେ ଲାଇନମ୍ୟାନ ରହିଥିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories