www.samajalive.in
Monday, December 8, 2025
14.1 C
Bhubaneswar

ଯେଉଁଠି ଦେଖୁଛ, ସେଠି ଗୁଳି କର: ଟ୍ରମ୍ପଙ୍କୁ ଖୋଲାଖୋଲି ଧମକ ଦେଲା ଅଲକାଏଦା

ସମାଜ ଡିଜିଟାଲ ଡେସ୍କ: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା । ଯେଉଁଠି ଦେଖୁଛ, ସେଠି ହତ୍ୟା କର । କିଛି ଏପରି ଧମକ ଦେଇଛନ୍ତି ଅଲକାଏଦା ନେତା ସାଦ୍‍ ବିନ୍‍ ଆତିଫ୍‍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ମଧ୍ୟ ତାଙ୍କ ଟାର୍ଗେଟରେ ରହିଛନ୍ତି । ଏକ ଭିଡ଼ିଓ ଜରିଆରେ ହତ୍ୟା କରିବାକୁ ଧମକ ଦେଇଛନ୍ତି ଆତିଫ୍‍ । ସାଦ୍‍ ବିନ୍‍ ଆତିଫ୍‍ ଅଲକାଏଦାର ଜଣେ ବରିଷ୍ଠ କମାଣ୍ଡର । ସେ ତାଙ୍କର ସଦସ୍ୟ ଏବଂ ଆମେରିକୀୟ ମୁସଲମାନ ମାନଙ୍କୁ ଏହି ତିନି ଜଣ ହାଇପ୍ରୋଫାଇଲ୍‍ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଛନ୍ତି । ଆମେରିକାରେ ଦୀର୍ଘ ସମୟ ଧରି ନିରବ ରହିଥିବା ଭୟଙ୍କର ଆତଙ୍କବାଦୀ ସଂଗଠନ ଅଳକାଏଦା ଏବେ ଏକ ଧମକ ପୂର୍ଣ୍ଣ ଭିଡ଼ିଓ ଜାରି କରିଛି ।

ଭିଡ଼ିଓରେ ସାଦ୍‍ ବିନ୍‍ ଆତିଫ୍‍ ଖୋଲାଖୋଲି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଅଲକାଏଦାର ଏହି କମାଣ୍ଡର ଭିଡ଼ିଓରେ ଆମେରିକୀୟ ମୁସଲମାନ ଏବଂ ତାଙ୍କ ସହଯୋଗୀମାନଙ୍କୁ କହୁଛନ୍ତି ଯେ ଯେଉଁଠାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଏଲନ ମସ୍କ ଦେଖାଯାଉଛନ୍ତି, ସେମାନଙ୍କୁ ହତ୍ୟା କରିବା ଉଚିତ । ଆମେରିକାରେ ମୁସଲମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଯଦି ସେମାନେ ନିଜର ଅସଲ ରୂପକୁ ପଳାଇ ଆସିବେ ତେବେ ଏହି ତିନି ଜଣ ବଞ୍ଚି ପାରିବେ ନାହିଁ । ଏହାସହିତ ଅନ୍ୟ ଦେଶର ମୁସଲମାନ ମାନଙ୍କୁ ଏହି ଯୁଦ୍ଧରେ ସାମିଲ ହେବାକୁ ମଧ୍ୟ କହିଛନ୍ତି । ପାଲେଷ୍ଟାଇନୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଜିହାଦ କରିବା ଯଥାର୍ଥ ।
ଅଲକାଏଦାର ଏହେି ଆତଙ୍କବାଦୀ କମାଣ୍ଡରଙ୍କ ପୁରା ନାମ ହେଲା ସାଦ୍‍ ମହମ୍ମଦ ଆତିଫ୍‍ ଓରଫ ସାଦ୍‍ ବିନ୍‍ ଆତିଫ୍‍ ଅଲ-ଅୱଲାକି । ୨୦୨୪ରୁ ସେ ଅଲକାଏଦାର କମାଣ୍ଡର ଭାବେ ଦାୟିତ୍ୱରେ ରହିଛି । ଆମେରିକା ତାଙ୍କୁ ମୁଣ୍ଡ ଉପରେ ୬୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ମଧ୍ୟ କରିଛି । ଏହି କମାଣ୍ଡରଙ୍କ ନେତୃତ୍ୱରେ ଆମେରିକାରେ ଏକ ବଡ ଆକ୍ରମଣର ଯୋଜନା କରୁଛି ଅଲକାଏଦା । ଏହି ଧମକକୁ ଗମ୍ଭୀରତାର ସହ ନେଇ ଆମେରିକା ଗୃହ ବିଭାଗ ହାଇ ଆଲର୍ଟରେ ରହିଛି । ଏଫବିଆଇ, ସିଆଇଏ ଏବଂ ଗୃହ ବିଭାଗ ହାଇ ଆଲର୍ଟରେ ରହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories