www.samajalive.in
Monday, December 8, 2025
16.1 C
Bhubaneswar

ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ ଜୋର ଧରିଲା, ରାଜ୍ୟପାଳଙ୍କୁ ଦାବୀପତ୍ର

ହରଭଙ୍ଗା: ହରଭଙ୍ଗାଠାରେ ରାଜରାଜୁଡା ସମୟରୁ ନିର୍ମାଣ ହୋଇଥିବା ରାଣୀସୌଦାମିନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀରେ ୬ଟି ପଂଚାୟତର ଜନପ୍ରତିନିଧିଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ସୋମବାର ହରଭଙ୍ଗା ସିଏଚସି କାର୍ଯ୍ୟକାରିଣୀ ସମିତି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ସିଡିଏମଓଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ଏଭଳି ଏକ ମହତ୍‍ କାର୍ଯ୍ୟରେ ଯୁବପିଢିଙ୍କ ଉଦ୍ୟମ ଆଗାମୀଦିନରେ ଦାବୀପୂରଣରେ ସହାୟକ ହେବ ବୋଲି ବୁଦ୍ଧିଜୀବି ମହଲରୁ ମତପ୍ରକାଶ ପାଉଛି।

ପ୍ରକାଶ ଯେ, ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହରଭଙ୍ଗା, ଛତ୍ରଙ୍ଗ, କୁଶଙ୍ଗ, ମହାଲ୍ଲିକପଡା, ତଳଗାଁ, ଶଙ୍କୁଲେଇ ଭଳି ୬ଟି ପଂଚାୟତର ୫୦ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରନ୍ତି। ଏହା ମଧ୍ୟରୁ ୪ଟି ପଂଚାୟତ ହରିଜନ/ଆଦିବାସୀ ବହୁଳ ପଂଚାୟତ ରହିଛି।ଏହି ଅଂଚଳର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ପାଇଁ ୨୦୧୭ ମସିହାରେ ମଞୁର କରିଛନ୍ତି।ମାତ୍ର ଏହା ମଧ୍ୟରେ ଦୀର୍ଘ ୩ବର୍ଷ ଅତିକ୍ରମ କରିସାରିଥିବାବେଳେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ନ ମଳିବା ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ତୁରନ୍ତ ମଞୁର ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତୁରନ୍ତ କାର୍ଯ୍ୟକାରୀ କରିବାକୁ ସିଏଚସି କାର୍ଯ୍ୟକାରୀଣି କମିଟି ହରଭଙ୍ଗାର କର୍ମକର୍ତା ରୁ୍‍ଦ୍ରପ୍ରତାପ ବେହେରା, ରାଜନ ନାଏକ, ରିଙ୍କୁ ନାଏକ, ଶାମ୍ବ ନାଏକ, ମୁନା ନାଏକ, ବିକାଶ ବେହେରା, ପ୍ରତାପ ପ୍ରଧାନ, ଭବାନୀ ପ୍ରଧାନ, ରିଲୁ ନାଏକ ପ୍ରମୁଖ ସମସ୍ତ ଛଅ ପଂଚାୟତର ସଂରପଚ, ସମିତିସଭ୍ୟ, ୯ନଂ ଜିଲ୍ଲାପରିଷଦ ସଭ୍ୟମାନଙ୍କ ଦସ୍ତଖତ ସମ୍ବଳିତ ଏକ ଦାବୀପତ୍ର ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ବୌଦ୍ଧ ସିଡିଏମଓ ତ୍ରୀଲୋଚନ ପ୍ରଧାନଙ୍କୁ ପ୍ରଦାନ କରିଥିବା ଜଣାପଡିଛି।ଏହା ସହିତ ମୂଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ସଚିବ ଭୂବନେଶ୍ୱର ଏବଂ ରାଜ୍ୟପାଳଙ୍କୁ ମଧ୍ୟ ଏ ବିଷୟରେ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories