www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇଦିନ ହେଲା ଶୂନ ଉପସ୍ଥାନରେ ଚାଲିଛି ସ୍କୁଲ; ଜଣେ ଶିକ୍ଷକ ନିଯୁକ୍ତି ପରେ ଛିଣ୍ଡୁନି ବିବାଦ

ହରଭଙ୍ଗା: ହରଭଙ୍ଗା ବ୍ଲକ ସୁରୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଦୁଇଦିନ ହେଲା ପିଲାଙ୍କୁ ଅଭିଭାବକମାନେ ପାଠପଢ଼ିବା ପାଇଁ ସ୍କୁଲ ଛାଡୁନଥିବା ଦେଖାଦେଇଛି। ଏଭଳି ଅଭିନବ ପ୍ରତିବାଦର ସମାଧାନ ପାଇଁ ଗତ ମଙ୍ଗଳବାର ହରଭଙ୍ଗା ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ସତ୍ୟନାରାୟଣ ମିଶ୍ର ସ୍କୁଲରେ ପହଞ୍ଚି ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ତାଙ୍କ କଥା ଅନୁସାରେ ବୁଧବାର କୁଶାସିଙ୍ଗା ସ୍କୁଲର ଶିକ୍ଷକ ବିଶ୍ୱନାଥ ସ୍ୱାଇଁଙ୍କୁ ଡେପୁଟେସନରେ ଏଠାରେ ନିଯୁକ୍ତି ଦିଆଯାଇଛି। ତଥାପି ପରିଚାଳନା କମିଟି କର୍ମକର୍ତା ଦୁଇଜଣ ରେଗୁଲାର ଶିକ୍ଷକ ନଦେବା ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ନଛାଡିବା ପାଇଁ ନିଷ୍ପତ୍ତି ନେବାରୁ ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଶୂନ ଉପସ୍ଥାନରେ ଦୁଇଦିନହେଲା ସ୍କୁଲ ଚାଲିଥିବା ଜଣାପଡ଼ିଛି। ଏଭଳି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ଜିଲ୍ଲାପାଳ ଦୃଷ୍ଟି ନଦେଲେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନଷ୍ଟହେବା ସହ ପାଠପଢ଼ା ଚୁଲିକି ଯିବ ବୋଲି ଅଭିଭାବକମାନେ ମତପୋଷଣ କରିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories