www.samajalive.in
Sunday, December 7, 2025
26.1 C
Bhubaneswar

କରଡିରେ ଅବକାରୀ ବିଭାଗର ଚଢାଉ; ମହୁଲ ପୋଚ ସହ ମଦ ଜବତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ଅର୍ନ୍ତଗତ କରଡି ଗ୍ରାମର କୋଡାସାହି କେନାଲହୁଡା ଅଞ୍ଚଳରୁ ବୁଧୁବାର ଅବକାରୀ ବିଭାଗ ଚଢାଉ କରି ୧୫ଲିଟର ଦେଶୀ ମହୁଲି ମଦ ସହ ୫ହଜାର ୨ଶହ କେ.ଜି ମହୁଲ ପୋଚ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କରଡି କୋଡାସାହି ଅଞ୍ଚଳରେ ବେଆଇନ ମହୁଲି ମଦ କାରବାର ଚାଲିଥିବା ନେଇ ବୌଦ୍ଧ ଅବକାରୀ ଅଧିକ୍ଷକ ଶ୍ରୀମତି କ୍ରିଷ୍ଣା ନାଏକ ବିଶେଷ ସୂତ୍ରରୁ ଖବର ପାଇ ଚଢଉ ନିର୍ଦ୍ଦେଶ ଦେଇଥିଲା ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧ ଏବଂ ହରଭଙ୍ଗା ଅବକାରୀ ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଅବକାରୀ ଟିମ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଚଢାଉ ବେଳେ ପାଳଗଦା ଭିତରେ ୮୫ଗୋଟି ୫୦ କେ.ଜି ଜରିବସ୍ତା ସହ ୮ଗୋଟି ଶହେ କେ.ଜି ବଡ ବଡ ପ୍ଲାଷ୍ଟିକ ଡ୍ରମରେ ଲୁଚାଇ ରଖାଯାଇଥିବା ମୋଟ ୫ହଜାର ୨ଶହ କେ.ଜି ମହୁଲପୋଚ ସହିତ ୧୫ଲିଟର ଦେଶୀ ମହୁଲି ମଦ ସହ ସାଙ୍ଗକୁ ମଦ ତିଆରି ସାମଗ୍ରୀ ଜବତ ହୋଇଥିଲା। ଯାହାର ଅନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଘଟଣାରେ କେହି ଗିରଫ ହୋଇ ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories