www.samajalive.in
Sunday, December 7, 2025
18.1 C
Bhubaneswar

ଅଭିଯୁକ୍ତକୁ ଗିରଫ ଦାବିରେ ଖରଭୁଇଁ ଗାଁ ଲୋକଙ୍କ ରାସ୍ତାରୋକ

ହରଭଙ୍ଗା: ଗତ ଗୁରୁବାର ଜମିବାଡି ବିବାଦକୁ କେନ୍ଦ୍ରକରି ହରଭଙ୍ଗା ଥାନା ଅର୍ନ୍ତଗତ ଖରଭୁଇଁ ଗ୍ରାମର ବିଷ୍ଣୁ ରଣାଙ୍କୁ ଛତ୍ରଙ୍ଗ ଗ୍ରାମର ଟୁକୁନି ଦୀପ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା। ଘଟଣାର ତିନିଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତ ଟୁକୁନୀ ଦୀପଙ୍କୁ ଧରିବାରେ ବିଫଳ ହୋଇଛି। ଅଭିଯୁକ୍ତକୁ ଗିରଫ ଦାବୀରେ ଶନିବାର ସକାଳେ ଖରଭୁଇଁ ଗାଁ ଲୋକେ ଖରଭୁଇଁ ସ୍କୁଲଛକ ନିକଟରେ ଛତ୍ରଙ୍ଗ-ଚାରିଛକ ରାଜ୍ୟ ରାଜପଥକୁ ଅବରୋଧ କରି ପୁଲିସ ନିଷ୍କ୍ରିୟତାକୁ ପ୍ରତିବାଦ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ଆଇଆଇସି ସଂଜୀବ ରଣଭୁଏଁଷା, ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସଦଳବଳେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୭ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପ୍ରତିଶ୍ରୁତି ଦେବାପରେ ମଧ୍ୟାହ୍ନ ୧୨ଟା ବେଳେ ରାସ୍ତାରୋକ ହଟିଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories