www.samajalive.in
Sunday, December 7, 2025
18.1 C
Bhubaneswar

ବୌଦ୍ଧର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପିକନିକ୍ ସ୍ପଟ କୁମ୍ଭିଧର

ହରଭଙ୍ଗା:ଶୀତଦିନେ ବଣଭୋଜି ମଜା ସବୁଠାରୁ ଅଲଗା।ୂପିକନିକ୍ ସହିତ ଶାନ୍ତ ସୌନ୍ଦର୍ଯ୍ୟପୁର୍ଣ୍ଣ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ସାଙ୍ଗକୁ ଝରଣାର ଶୀତଳ ପାଣିରେ ଗାଧୋଇବା ମଜା ଅତ୍ୟନ୍ତ ନିଆରା। ବର୍ଷର ସବୁମାସ ଅପେକ୍ଷା ପିକନିକ୍ ପାଇଁ ଡିସେମ୍ବର ପ୍ରାରମ୍ଭରୁ ଗହଳିଚହଳି ଦେଖାଦେଉଥିବା ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ହେଉଛି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅର୍ନ୍ତଗତ ମାଧପୁରନିକଟସ୍ଥ କୁମ୍ଭିଧର ପିକନିକ୍ ସ୍ପଟ। ଜିଲା ସଦରମହକୁମାଠାରୁ ୫୬କି.ମି ଦୂର ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥଦେଇ ପୁରୁଣାକଟକ-ଚାରିଛକ-ମାଧପୁରରୁ ଡାହାଣପାଶ୍ୱର୍କୁ ଫୁଲବାଣୀ ରାସ୍ତାରେ ୨କି.ମି ଗଲେ ପଡିଥାଏ କୁମ୍ଭିଧର ପିକନିକ ସ୍ପଟ। ସେହିପରି ୫୭ ନଂ ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ରୁ ଖୋର୍ଦ୍ଧା-ନୟାଗଡ-ଦଶପଲ୍ଲା-ମାଧପୁର ଦେଇ ବାମପାଶ୍ୱର୍କୁ ଫୁଲବଣୀ ରାସ୍ତାରେ ୨କି.ମି ଦୂରରେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ରହିଛି। ଫୁଲବାଣି ପଟୁ ଖଜୁରୀପଡା –ମାଧପୁର ଦେଇ ଭୁବନେଶ୍ୱରଯିବାବାଟରେ ଗାଡିଆପଡା ଘାଟି ତଳୁ ପାଖାପାଖି ୪କି.ମି ଦୂରରେ ରହିଛି ଏହି ଐତିହାସିକ ସ୍ଥାନ। କୁମ୍ଭିଧରକୁ ପହଞ୍ଚିବା ପାଇଁ ତିନି ଦିଗରୁ ଉତ୍କୃଷ୍ଟ ଗମନାଗମନ ସୁବିଧା ରହିଛି। ବୌଦ୍ଧ ବନଖଣ୍ଡ ଅଧିନରେ ରହିଥିବା ମାଧପୁର ଫରେଷ୍ଟ ରେଂଜର ପୋଢହଳ ସଂରକ୍ଷତି ଜଙ୍ଗଲ ମଧ୍ୟରେ ରହିଥିବା କୁମ୍ଭିଧର ଝରଣା ଚାରିପାଖରେ ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ନୀଳ ପର୍ବତମାଳା। ଝରଣା ଚାରିପଟେ ପରିବେଷ୍ଟିତ ଘଞ୍ଚଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଉତ୍ତମ ପରିବେଶ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଝରଣା ଚାରିପଟେ ରହିଥିବା ବଡ ବଡ ପଥର ଚଟାଣର ସୌନ୍ଦର୍ଯ୍ୟ ବଣଭୋଜି ପାଇଁ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ପଥର ଚଟାଣରେ ବସି ବଣଭୋଜି ଖାଇବାବେଳେ ପ୍ରକୃତିର ଅପରୂପ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ କିଣିନେଇଥାଏ।

ଲୋକକଥା ଅନୁସାରେ ଏହି ଝରଣା ଉପର ଭାଗରେ ରହିଥିବା ଏକ ପଥରରେ ଭୀମଙ୍କ ଆଣ୍ଠୁଚିହ୍ନ ସାଙ୍ଗକୁ ଅନ୍ୟ ଏକ ପଥରରେ ଅର୍ଜ୍ଜୁନଙ୍କ ତୀର ଚିହ୍ନ ରହିଥିବା ନେଇ ଇତିହାସକୁ ରୁଦ୍ଧିମନ୍ତ କରିବା ସହିତ ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ। ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ କୁମ୍ଭିଧର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବୌଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ ହୋଇଛି। ଗତବର୍ଷ କରୋନା ଯୋଗୁଁ କୁମ୍ଭୀଧର ପର୍ଯ୍ୟଟକଙ୍କ ସେତେଟା ଗହଳୀ ଚହଳୀ ଦେଖୀବାକୁ ମିଳିନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ କୁମ୍ଭୀଧର ପିକନିକ ସ୍ଫଟର ବିକାଶ ହେଲେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ପର୍ଯ୍ୟଟକଙ୍କ ଭିଡ ସବୁବେଳେ ଜମିବ।ଏହା ସହିତ ଏହି ପର୍ଯ୍ୟଟନ ସ୍ଥାନ ପାଇଁ ବୌଦ୍ଧଜିଲ୍ଲାର ଖ୍ୟାତି ବାହାର ଜିଲ୍ଲାରେ ବୃଦ୍ଧି ପାଇବ ବୋଲି ପରିବେଶବିତମାନେ ମତପ୍ରକାଶ କରନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories