ହରଭଙ୍ଗା ବ୍ଲକରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ନୈରାଶ୍ୟଜନକ

ବର୍ଷ ବର୍ଷ ଧରି ସରିପାରୁନି କଣ୍ଠିପଦର ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଙ୍ଗନୱାଡ଼ି ଘର କାନ୍ଥ ଏବଂ ଛାତ ଭୁଶୁଡି ଶିଶୁ ମୃତ୍ୟୁ ଭଳି ଅନେକ ସମ୍ବେଦନଶୀଳ ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଖୋଲିଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକର ଭିତ୍ତିଭୂମି ସୁଦୃଢ ଦିଗରେ ଚିନ୍ତାପ୍ରକଟ କଲେ। ବିପଦପୂର୍ଣ୍ଣ ଅଙ୍ଗନୱାଡ଼ି ଘରଗୁଡିକ ତାଲିକାଭୁକ୍ତ କରିବା ସହିତ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁଦାନ ଯୋଗାଇଦେଲେ ସତ, କିନ୍ତୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବର୍ତମାନ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଘର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି। ଫଳରେ ବ୍ଲକରେ ଶିଶୁ ବିକାଶ ଯୋଜନା ଏକପ୍ରକାର ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ଏହାର ଏକ ନମୁନା ଛତ୍ରଙ୍ଗ ପଂଚାୟତର କଣ୍ଠିପଦର ଗ୍ରାମରେ ବର୍ତମାନ ଦେଖିବାକୁ ମିଳିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ୫ଲକ୍ଷ ଟଙ୍କା ବ୍ୟୟବରାଦରେ ଆରମ୍ଭ ହୋଇଥିବା କଣ୍ଠିପଦର ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣର ଛଅ/ସାତ ବର୍ଷ ପରେ ବି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ। କାମ ସମ୍ପୂର୍ଣ୍ଣ ପାଇଁ ମନରେଗା ପାଣ୍ଠିରୁ ଆଉ ୨ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଘରର ସିମେଣ୍ଟ ପ୍ଲାଷ୍ଟର, ରଙ୍ଗ, ପାଣି, ବିଦ୍ୟୁତ ଭଳି ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି। ଫଳରେ ଏହି କେନ୍ଦ୍ରଟି କେବଳ ଠିକାଦାର ସନ୍ତୁଷ୍ଟି ପାଇଁ ନାମକୁ ମାତ୍ର ନିର୍ମାଣ ହୋଇଥିବା ସମାଜସେବୀ ବାସୁଦେବ ବେହେରା ଅଭିଯୋଗ ଉଠାଇଛନ୍ତି। ଅନ୍ୟପଟେ ବର୍ଷାଦିନ ଆସିଯାଇଥିବାରୁ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଦାବୀ ହେଉଛି।

prayash

ସୂଚନା ଅନୁସାରେ, ହରଭଙ୍ଗା ବ୍ଲକରେ ୨୧୯ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସେଥିରୁ ୧୬୫ଟି ନୂତନ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବର୍ତମାନ ଆଉ କେତେଗୁଡିଏ କେନ୍ଦ୍ର ଏଭଳି ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଏହା ହସ୍ତାନ୍ତର ହୋଇପାରୁନାହିଁ। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

 

kalyan agarbati

Comments are closed.