www.samajalive.in
Monday, December 8, 2025
14.1 C
Bhubaneswar

ସୁନାହଣ୍ଡା ଆଶାରେ ରାତି ଅଧରେ ପୂଜାର୍ଚ୍ଚନା, ମହିଳା ଗୁଣିଆ ଓ ଯବାନଙ୍କ ସହ ୮ ଅଟକ

ହରଭଙ୍ଗା : ଆଧୁନିକ ଯୁଗରେ ଆଜି ମଧ୍ୟ ଅନେକ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି। ଏହି ଭଳି ଏକ ଘଟଣା କ୍ରମରେ ପୋତାଧନ ପାଇବା ଆଶାରେ ପୂଜାର୍ଚ୍ଚନା କରି ବୌଦ୍ଧ ଜିଲା ହରଭଙ୍ଗା ବ୍ଳକ କରଞ୍ଜକଟା ଗ୍ରାମର ୧୦ ଜଣ ବ୍ୟକ୍ତି ଥାନାରେ ଅଟକ ଅଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଗୁଣିଆ ମଧ୍ୟ ଥିବା ଜଣାପଡ଼ିଛି। ​
ପୁଲିସ ସୂତ୍ର ଅନୁସାରେ ଏହି ଗ୍ରାମର ଅଲେଖ ବେହେରା ଓ ପୁଅ ଈଶ୍ୱର ବେହେରାଙ୍କ ମନରେ ଘର ପଛ ଜମିରେ ସୁନାହଣ୍ଡା ଅଛି ବୋଲି ଏକ ବଦ୍ଧମୂଳ ଧାରଣା ହୋଇଥିଲା। ଏହି କାରଣରୁ ବାପ-ପୁଅ କିଛି ମାସ ହେଲା ବାହାର ଜିଲାର କିଛି ଲୋକଙ୍କୁ ଆଣି ଘର ଦେଖାଇଥିଲେ। ସେମାନେ ଗତ ବୁଧବାର ରାତିରେ କନ୍ଧମାଳ ଜିଲାର ଏକ ମହିଳା ଗୁଣିଆଙ୍କୁ ମଧ୍ୟ ଘରକୁ ଆଣିଥିଲେ। ପରେ ପରେ ଢେଙ୍କାନାଳ, ଅନୁଗୋଳ ଓ ଗଞ୍ଜାମ ଜିଲାର ଆହୁରି କିଛି ଲୋକଙ୍କୁ ଡାକି ଆଣି ବୁଧବାର ରାତି ପ୍ରାୟ ୧୧ଟା ବେଳେ ଘରପଛ ଜମିରେ ପୂଜା କରି ଗାତ ଖୋଳିିଥିଲେ। କୋରେନା ଲକଡାଉନ ସମୟରେ ବାହାର ଲୋକଙ୍କୁ ଆଣି ଜମିରେ ପୂଜାର୍ଚ୍ଚନା କରାଯାଉଥିବା ଦେଖି ଗ୍ରାମବାସୀ ଈଶ୍ୱର ଓ ଅଲେଖଙ୍କୁ ପଚାରିଥିଲେ। ଈଶ୍ୱର କହିଥିଲେ ଯେ ତାଙ୍କ ଜମିରେ ସୁନା ହଣ୍ଡା ପୋତା ହୋଇଛି ବୋଲି କିଛି ଦିନ ତଳେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଗ୍ରାମବାସୀ ଏହାକୁ ବିଶ୍ବାସ ନକରି କରୋନା ସମୟରେ ଏହି ପରିବାର ଅନ୍ୟ ଜିଲାର ଲୋକଙ୍କୁ ଡାକି ଆଣି ଲୋକଙ୍କ ମନରେ ଭୟ ସୃଷ୍ଟି କରାଉଛନ୍ତି ବୋଲି ପୁରୁଣା କଟକ ଥାନାକୁ ଖବର ଦେଇଥିଲେ। ପୁଲିସକୁ ଖବର ଦିଆଯିବା ଜାଣି ପୂଜା କରୁଥିବା ଲୋକେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଗ୍ରାମବାସୀ ଗୋଡ଼ାଇ ସେମାନଙ୍କୁ ଧରିଥିଲେ। ପୁଲିସ ଶୀଘ୍ର ନ ଆସିବାରୁ ଗ୍ରାମର ସଭାପତି ଅଭିନ ସେଠୀ ଓ ସଂପାଦକ ଜୟନ୍ତ ବେହେରା ଏକ ଅଟୋରେ ପୁରୁଣାକଟକ ଥାନାକୁ ଯାଇ ପୁଲିସକୁ ଖବର ଦେଇଥିଲେ। ଭୋର ୫ଟା ବେଳେ ପୁରୁଣାକଟକ ଥାନା ଏଏସଆଇ ଉପେନ୍ଦ୍ର ଦିଗାଲ ପହଞ୍ଚି ଗ୍ରାମବାସୀ ଅଟକ ରଖିଥିବା ଲୋକଙ୍କୁ ଥାନାକୁ ଆଣିଥିଲେ।

ଅଭିନ ସେଠୀଙ୍କ ଏତଲା ଆଧାରରେ ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ସଂପୃକ୍ତ ଜମି ମାଲିକ ଅଲେଖ ବେହେରା, ତାଙ୍କ ପୁଅ ଈଶ୍ୱର , ବ୍ରହ୍ମପୁର କବି ସୂର୍ୟ୍ୟନଗରର ଅଲେଖ ଚନ୍ଦ୍ର ବେହେରା, କନ୍ଧମାଳ ଜିଲାର ପୁଲିସ ସିପାହୀ ରଜନୀକାନ୍ତ ଦିଗାଲ, ରାଇକିଆର ଶିବରାମ ମହାପାତ୍ର, ଗୁଣିଆଁ ପ୍ରିୟମ୍ବଦା ମଲ୍ଲିକ, ଢେଙ୍କାନାଳର ପ୍ରଦୀପ ମହାପାତ୍ର,ଗଞ୍ଜାମ ଜିଲା ରମ୍ଭାର ଗୋକୁଳାନନ୍ଦ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିଛି। ଘଟଣା ସ୍ଥଳ ପାଖରେ ଛିଡ଼ା ହୋଇଥିବା ଏକ କାରରୁ ଏକ ଛୁରୀ ଓ ଶାବଳ ଜବତ କରାଯାଇଛି। ଆଉ ଗୋଟେ କାର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବାରୁ ଆହୁରି କିଛି ଲୋକଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି। ପାଖରେ ରହୁଥିବା ଜଣେ ଗ୍ରାମରକ୍ଷୀ ମଧ୍ୟ ଏହି ଘଟଣାରେ ସଂପୃକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ପଛରେ କେବଳ ସୁନା ହଣ୍ଡା ନୁହେଁ, ଛୁଆ ଚୋରି ଓ ନରବଳୀ ଉଦ୍ୟମ ମଧ୍ୟ ରହିିଥିବା ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ବୀକାର କରିଛି।

- Advertisement -

ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀଙ୍କୁ କହିଛନ୍ତି ଯେ ଏହି ଘଟଣାରେ ଏକ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରାଯାଇଛି। ଏ ପର୍ୟ୍ୟନ୍ତ ୮ ଜଣଙ୍କୁ ଅଟକ ରଖାଯାଇଛି। ଆଉ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ଖୋଜା ଚାଲିଛି। ଗୁପ୍ତ ଧନ ଖୋଜିବା ପାଇଁ ଆସିଥିବା ସନ୍ଦେହ କରାଯାଇଛି। ଏହା ପଛରେ ଛୁଆ ଚୋରି ଓ ବଳୀ ଉଦ୍ୟମ ଅଭିଯୋଗର ଆଦୌ ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ବୌଦ୍ଧ ଟାଉନ ଥାନା ଅଧିକାରୀ ତପସ୍ୱିନୀ କହଁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories