ସତ କୁହନ୍ତୁ ଖୁସି ରୁହନ୍ତୁ

0

ସର୍ବଦା ସତ କହୁଥିବା ବ୍ୟକ୍ତି ଜୀବନରେ ଅନେକ ସୁଖ ପାଇଥାନ୍ତି। ଯେଉଁ ବ୍ୟକ୍ତି ପାଖରେ ଏହି ଗୁଣ ଥାଏ ତାଙ୍କୁ ମହାଭାରତରେ ସ୍ୱତନ୍ତ୍ର ଆସନ ଦିଆଯାଇଛି।
ଆୟୁବୃଦ୍ଧି: ଯେଉଁ ବ୍ୟକ୍ତି ସର୍ବଦା ସତ କୁହନ୍ତି ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି। ସତ କହୁଥିବା ବ୍ୟକ୍ତିଙ୍କୁ କୌଣସି କଥାର ଭୟ ନ ଥାଏ ଓ ଲୋଭ ମଧ୍ୟ ନ ଥାଏ। ସେମାନଙ୍କ ଉପରେ ସର୍ବଦା ଭଗବାନଙ୍କ କୃପା ରହିଥାଏ।
ସୁଖୀ ଜୀବନ: ମିଛ କହିବା, କଥା କଥାରେ ଛଳକପଟ କରିବା ବ୍ୟକ୍ତି ଜୀବନରେ ଅନେକ ଦୁଃଖ ଭୋଗ କରିଥାଏ। ଯେଉଁ ବ୍ୟକ୍ତି ସତ କହିଥାଏ ସେ ସର୍ବଦା ଖୁସିରେ ରହିଥାଏ। ଏଭଳି ବ୍ୟକ୍ତି ଜୀବନରେ କୌଣସି କ୍ଷେତ୍ରରେ ହାରି ନ ଥାଏ।

prayash


ସରଳତା: ସରଳ ବ୍ୟକ୍ତି କୌଣସି ଛଳକପଟ ନ କରି ନିଜ କାମକୁ ସୁରୁଖୁରୁରେ କରିଥାଏ। ଏଭଳି ବ୍ୟକ୍ତି ଜୀବନରେ ମାନ-ସମ୍ମାନ ମଧ୍ୟ ପାଇଥାନ୍ତି। ସେଥିପାଇଁ ସତ କହିବାର ଅଭ୍ୟାସ ସମସ୍ତଙ୍କୁ କରିବାକୁ ହେବ।
ମନର ଶାନ୍ତି: ସତ କହୁଥିବା ବ୍ୟକ୍ତିର ଅନେକ ଶତ୍ରୁ ରହିଥାଏ। ତଥାପି ସତ କହୁଥିବା ବ୍ୟକ୍ତି କେବେ ହେଲେ ସେମାନଙ୍କୁ ନ ଡରି ଆଗକୁ ବଢିଥାନ୍ତି। କୌଣସି କଥାରେ ସେମାନେ କ୍ରୋଧିତ ନ ହୋଇ ଧିର ମନରେ କାମ କରିଥାନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରି ଜୀବନରେ ଆଗକୁ ବଢି ସୁଖଶାନ୍ତି ପ୍ରାପ୍ତି କରନ୍ତି।

Leave A Reply