ଜାଣନ୍ତୁ ଏହି ରାଷ୍ଟ୍ରରେ ଚାକିରିଆ ସବୁଠାରୁ ଖୁସୀ

0

୩୦ ବର୍ଷ ତଳର ସ୍ଥିତିକୁ  ଅନୁଧ୍ୟାନ କଲେ ଜଣାପଡ଼ିଥାଏ ଯେ, ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ମଧ୍ୟ କର୍ମଜୀବୀ ଲୋକଙ୍କ ସଂଖ୍ୟା ସେତେ ଅଧିକ ନଥିଲା। ୧୯୮୦ ପରଠାରୁ କିନ୍ତୁ ଲୋକଙ୍କ ମାନସିକତାରେ ପରବିର୍ତ୍ତନ ହେବା ସହ ମହିଳାମାନେ ଚାକିରି କରି ଆତ୍ମନିର୍ଭରିଶୀଳ ହେବାକୁ ପ୍ରୋତ୍ସାହିତ କରାଯାଉଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ବ୍ୟବସାୟ ତୁଳନାରେ ଲୋକେ ଚାକିରି କରି ଅଧିକ ସନ୍ତୁଷ୍ଟ। ହଁ..ଏହା ନରିାଟ ସତ ଯେ ବ୍ୟବସାୟରେ ସେମାନେ ଅଧିକ ଲାଭବାନ୍ ହେଉଛନ୍ତି  । ନିଜ ମର୍ଜିର ମାଲିକ ପରି ମନ ଇଚ୍ଛା କାମରୁ ବିରତି ନେଇପାରଥିାନ୍ତି । ହେଲେ କ୍ଷତି ହେବା ଦ୍ୱାରା ସର୍ବନାଶ ପରିସ୍ଥିତି ହୋଇଥାଏ। ସଂଯୁକ୍ତ ଆରବ ସଂଘରେ ବ୍ୟବସାୟୀଙ୍କ ସଂଖ୍ୟା ସର୍ବାଧିକ ବୋଲି ଅଧିକାଂଶଙ୍କ ଧାରଣା। ହେଲେ ସେମାନଙ୍କ ତୁଳନାରେ ସେଠାର କର୍ମଜୀବୀମାନେ ଅଧିକ ଆତ୍ମସନ୍ତୋଷର ସହିତ ଜୀବନ ଅତିବାହିତ କରୁଛନ୍ତି ।  ଦ୍ୱିତୀୟ ସ୍ଥାନରେ ରୁଷିଆ ଓ ତୃତୀୟ ସ୍ଥାନରେ ଯକ୍ତରାଷ୍ଟ୍ର ଆମେରିକା ଅଛି। ମୋଟ୍ ୧୨୮ଟି ରାଷ୍ଟ୍ରର ୧୦ହଜାର ଲୋକେ ଏହି ସର୍ବେକ୍ଷଣରେ ସାମିଲ ହୋଇଥିଲେ। ଚାକିରି କରିବା ଦ୍ୱାରା ଦରମାର ଆସିବାର ନିର୍ଦିଷ୍ଟତା ଥାଏ ହେଲେ ବ୍ୟବସାୟରେ ଉପର-ତଳ ହେବାର ଆଶଙ୍କା ସର୍ବାଧିକ। ଆରବ ସଂଘରେ ପ୍ରତି ୧୫ଜଣରେ ୯ଜଣ ମହିଳା ଏବେ କର୍ମଜୀବୀ। ସମସ୍ତେ ନିଜ ଜୀବନ ଶୈଳୀକୁ ନେଇ ଉତ୍ତମ ମତପୋଷଣ କରିଛନ୍ତି  ।

Leave A Reply