www.samajalive.in
Monday, December 8, 2025
14.1 C
Bhubaneswar

ସ୍ୱାଦିଷ୍ଟ ହାଲୁଆ

ଆବଶ୍ୟକୀୟ ସାମଗ୍ରୀ

ସିଝା ଆଳୁ- ୪ଟା
ଘିଅ- ୪ ଚାମଚ
ଚିନି- ୧ କପ୍
ଗୁଜୁରାତି ଅଳ୍ପ ଏବଂ ଡ୍ରାଏ ଫୁଡ (କାଜୁ, କିସମିସ୍, ବାଦାମ)
ପ୍ରସ୍ତୁତି ପ୍ରଣାଳୀ

- Advertisement -

ପ୍ରଥମେ ଗ୍ୟାସ ଲଗାଇ ଆଳୁକୁ ପ୍ରେସରରେ ସିଝାଇ ଦିଅନ୍ତୁ। ପରେ ଆଳୁର ଚୋପା ଛଡାଇ ଭଲ ଭାବରେ ଚକଟି ରଖନ୍ତୁ। ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା ପରେ କଡେଇ ଗରମ କରି ସେଥିରେ ୪ ଚାମଚ ଘିଅ ପକାନ୍ତୁ। ଘିଅ ଗରମ କରି ସେଥିରେ ଚକଟା ଆଳୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଧ୍ୟାନ ରଖନ୍ତୁ କଡେଇରେ ଯେପରି ଆଳୁ ନ ଲାଗେ। କିଛି ସମୟ ପରେ ସେଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ବାରମ୍ବାର ଏହାକୁ ଗୋଳାନ୍ତୁ ଯେପରି କଡେଇରେ ଆଳୁ ଲାଗିବ ନାହିଁ। କିଛି ସମୟ ପରେ ଏହା ସୁଜି ହାଲୁଆ ପରି ଦେଖାଯିବ। ଶେଷରେ ସେଥିରେ କାଜୁ, କିସମିସ୍ ଓ ବାଦାମ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ହାଲୁଆ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories