ଦକ୍ଷିଣ କୋରିଆରେ ବଡ଼ ଧରଣର ଅଘଟଣ; ଦଳାଚକଟାରେ ୧୪୯ଜଣଙ୍କ ମୃତ୍ୟୁ

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ ଘଟିଛି । ହ୍ୟାଲୋଇନ୍ ପର୍ବ ପାଳନ ବେଳେ ଦଳାଚକଟା ଯୋଗୁଁ ୧୪୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫୦ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ସିଓଲର ଇଟେୱେନ ବଜାରରେ ହ୍ୟାଲୋଇନ୍ ପର୍ବ ପାଳନ ପାଇଁ ଶହଶହ ଲୋକ ଏକାଠି ହୋଇଥିଲେ । ହେଲେ ପ୍ରବଳ ଜନସମାଗମ ହେତୁ ଦଳାଚକଟା ହୋଇଥିଲା । ଫଳରେ ୧୪୯ଜଣଙ୍କ ମୃତ୍ୟୁ ଘଟିଛି ।

prayash

ଲୋକ ମାନଙ୍କୁ ଉଦ୍ଧାର କରିବାକୁ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ପ୍ରୟାସ କରାଯାଇଥିଲା । ହେଲେ ପ୍ରବଳ ଭିଡ କାରଣରୁ ଏପରି ବଡ଼ ଧରଣର ଅଘଟଣ ଘଟିଥିବା ଅଧିକାରୀ ମାନେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ପର୍ବ ପାଳନ କରିବାକୁ ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ସମାଗମ ହୋଇଥିବା କୁହାଯାଇଛି । ଗତକାଲି ରାତିରେ ଏହି ଅଘଟଣ ଘଟିଥିବା ବେଳେ, କରୋନା ପାଇଁ ୨ବର୍ଷର ପ୍ରତିବନ୍ଧକ ପରେ ଏହି ପର୍ବ ପାଳନ କରାଯାଇଥିଲା । ଘଟଣାକୁ ନେଇ ଦି କୋରିଆ ହେରାଲ୍ଡ ତାର ରିପୋର୍ଟ ପ୍ରାକଶ କରିଛି । ରିପୋର୍ଟରେ କୁହାଯାଇଛି କି, ମଧ୍ୟରାତ୍ରି ପୂର୍ବରୁ ଏକ ହୋଟେଲ ନିକଟରେ ଦଶହରା ଲୋକ ଚେତାଶୂନ୍ୟ ହୋଇଯାଇଥିଲେ । ସେବାନଙ୍କୁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା ।

Comments are closed.