www.samajalive.in
Sunday, December 7, 2025
23.1 C
Bhubaneswar

କୋଟିପତି ଚୋର ଗିରଫ; ୪୦ ଲକ୍ଷର କାର୍‌ରେ ଆସି ଚୋରି କରିଥିଲା ଫୁଲକୁଣ୍ଡ

ଗୁରୁଗ୍ରାମ: ଜି-୨୦ ସମ୍ମିଳନୀ ପାଇଁ ଲଗାଯାଇଥିବା ଫୁଲକୁଣ୍ଡ ଚୋରି ମାମଲାରେ ଗୁରୁଗ୍ରାମ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ମନମୋହନ। ପୁଲିସ ମନମୋହନଙ୍କୁ ଗିରଫ କରିବା ସହ କାର୍‌ରୁ ଚୋରି ହୋଇଥିବା ଫୁଲକୁଣ୍ଡ ଜବତ କରିଛି। କାରଟି ହରିୟାଣାର ହିସାରରୁ ପଞ୍ଜୀକୃତ ହୋଇଛି ଏବଂ ଅଭିଯୁକ୍ତ ଗୁରୁଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଜି-୨୦ ସମ୍ମିଳନୀରେ ସହରକୁ ସଜାଇବା ପାଇଁ ଏହି ଫୁଲକୁଣ୍ଡଗୁଡ଼ିକୁ ରଖାଯାଇଥିଲା। ଚୋରର ବିଳାସପୂର୍ଣ୍ଣ କାର୍‌ର ନମ୍ବର ମଧ୍ୟ ଭିଆଇପି। ଚୋରିର ଭିଡିଓ ଭାଇରାଲ ହେବା ପରେ ଜିଏମଡିଏ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓ ଗୁରୁଗ୍ରାମ ସ୍ଥିତ ଶଙ୍କର ଚୌକ୍‌ର। ଏଥିରେ ଦେଖିବାକୁ ମିଳିଛି ଯେ, ଏକ କାର୍‌ ଆସି ଅଟକୁଛି। କାର୍‌ରୁ ୨ଜଣ ବ୍ୟକ୍ତି ଓହ୍ଲାଉଛନ୍ତି। ଛକଗୁଡ଼ିକରେ ସଜାଇବା ପାଇଁ ରଖାଯାଇଥିବା ସ୍ୱତନ୍ତ୍ର ପ୍ରକାରର ଫୁଲକୁଣ୍ଡଗୁଡ଼ିକୁ ଉଠାଇ କାର ଡିକିରେ ରଖିବାକୁ ଲାଗୁଛନ୍ତି।

ହରିୟାଣା ବିଜେପି ମୁଖପାତ୍ର ରମନ ମଲିକ ଏହି ଭିଡିଓ ଶେୟାର କରିଥିଲେ। ସେ ଗୁରୁଗ୍ରାମ ପୁଲିସ-ପ୍ରଶାସନ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ମଲିକ ଲେଖିଛନ୍ତି, ‘‘ଏହି ବ୍ୟକ୍ତି ୪୦ ଲକ୍ଷ ଟଙ୍କାର କାରରେ ଆସିଲା ଏବଂ ଜି -୨୦ ସମ୍ମିଳନୀ ପାଇଁ ଅଣାଯାଇଥିବା ପ୍ଲାଣ୍ଟ ଚୋରି କରୁଛି। ଦିନ ଦ୍ବିପ୍ରହରରେ ଫୁଲକୁଣ୍ଡ ଚୋରି ଅତ୍ୟନ୍ତ ଲଜ୍ଜାଜନକ।’’

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories