ପଦ୍ମଭୂଷଣ ଡଃ ରାଧାନାଥ ରଥ ଥିଲେ ଯୁଗସ୍ରଷ୍ଟା

କଖଡିରେ ରାଧାନାଥ ଜୟନ୍ତୀ ଉତ୍ସବ

ଗୁରୁଡିଝାଟିଆ: ମହାନ୍ ମୁକ୍ତି ସଂଗ୍ରାମୀ,ସମାଜସେବୀ, ରାଷ୍ଟ୍ରନୀତିଜ୍ଞ, ପ୍ରବୀଣ ସାମ୍ବାଦିକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୮ତମ ଜୟନ୍ତୀ ଉତ୍ସବ କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଛି। ବାବା ବାଂଛେଶ୍ୱର ମନ୍ଦିର ପରିଚାଳନା ସମିତି କଖଡି ପକ୍ଷରୁ ଆୟୋଜିତ ଜୟନ୍ତୀ ଉତ୍ସବକୁ ବରିଷ୍ଠ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର ଉଦଘାଟନ କରି କହିଥିଲେ, ପଦ୍ମଭୂଷଣ ଡଃ ରାଧାନାଥ ରଥ ଅସହାୟ ଭୁଭୁକ୍ଷୁ ମଣିଷର ହୃଦୟର ଭାଷା ଓ ଭାବକୁ ବୁଝି ସେମାନଙ୍କୁ ସହାୟତାର ହାତ ବଢାଇ ଦୁଃଖ ମୋଚନ କରୁଥିଲେ। ସାହିତ୍ୟ, ସଂସ୍କୃତି ଓ ଗୌରବଜ୍ୱଳ ଓଡିଆ ଅସ୍ମୀତାକୁ ପୁନର୍ଜୀବିତ କରିବା ସହ ନବ ଉତ୍କଳର ନିର୍ମାତା ଥିଲେ ବୋଲି କହିଥିଲେ।

ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ପୂଜ୍ୟ ରାଧାନାଥ ଥିଲେ ଆଠଗଡ଼ର ପରିଚୟ, ପରଶମଣି ଓ ଯୋଗଜନ୍ମା। ଗୁରୁ ଗୋପବନ୍ଧୁଙ୍କ ନୀତି ଆଦର୍ଶକୁ ଜୀବନର ଶେଷ ପର୍ଯ୍ୟନ୍ତ ଅନୁସରଣ କରି ସତ୍ୟ,ନ୍ୟାୟ ଓ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ଶୁଦ୍ଧ ସୁବର୍ଣ୍ଣ ପରି ପ୍ରତିକୂଳ ପରିବେଶ ଭିତରେ ହାର ନମାନି ଝଲସି ଉଠୁଥିଲେ। ସମାଜ ମାଧ୍ୟମରେର ଲେଖନୀ ଚାଳନା କରି ଜାତିର ଉତଥାନ ଓ ଅଭାବ ଅନଟନରେ ପଡ଼ିଥିବା ଲୋକମାନଙ୍କ ସ୍ୱର ପାଲଟିଥିଲେ ବୋଲି ଡଃ ପଣ୍ଡା କହିଥିଲେ।

prayash

ଆଠଗଡ଼ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ,କଟକ ସଦର ତହସିଲଦାର ସୁଜୟ ପତି, ସହକାରୀ ବନ ସଂରକ୍ଷକ ତଥା ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ବୈଜ୍ଞାନିକ ଆଲୋକ ପ୍ରସାଦ ଦାସ ,ଅଧ୍ୟାପକ ରଶ୍ମୀରଞ୍ଜନ ଧଳ, କଖଡି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିକୂଳ ପରିବେଶକୁ ଅନୁକୂଳ ମନେକରି ଲକ୍ଷ୍ୟପଥରେ ଅବିଚଳିତ ଭାବେ ଗତି କରି ଜାତିର କଲ୍ୟାଣ ଦିଗରେ ନିଜକୁ ଅଭିପ୍ରେତ କରି ଆଗକୁ ବଢିତାଲିଲେ ନିଜେ ଭଲ ଓ ବଡ ମଣିଷ ହୋଇପାରିବେ ବୋଲି କହିବା ସହ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନୀତି ଆଦର୍ଶରେ ନିଜକୁ ଗଢିତୋଳିବା ନିମନ୍ତେ କହିଥିଲେ।

ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବୈଜ୍ଞାନିକ ଡଃ ଆଲୋକ ପ୍ରସାଦ ଦାସ ଓ ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ନିମନ୍ତେ ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ସାହାଣୀଙ୍କୁ ଅନୁଷ୍ଠାନ ପକ୍ଷରୁ ମଞ୍ଚାସୀନ ଅତିଥିବୃନ୍ଦ ସମ୍ମାନୀତ କରିଥିଲେ। ଅନୁଷ୍ଠାନର ବିଦ୍ୟାର୍ଥୀମାନେ ସ୍ୱାଗତ ଭାଷଣ ଓ ଓଡଶୀ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ସମାଜସେବୀ କିରଣ ବିହାରୀ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରମୋଦ କୁମାର ଧଳ ,କଖଡି ଗ୍ରାମ ସଭାପତି ଦିଲ୍ଲିପ କୁମାର ଛତାର, ବିଷ୍ଣୁ ଚରଣ ମହାରଣା, ମିହିର କୁମାର ଶତପଥି ,ବଂଶୀଧର ଶତପଥି,ଅଧ୍ୟାପିକା ଡଃ କଳ୍ପନା ଦାସ, ସୌମ୍ୟା ସାଗରିକା ଜେନା, ଏଲିନା ପରିଡା, ଜୟଶ୍ରୀ ସାହୁ.ସୁଶାନ୍ତ କୁମାର ମହାନ୍ତି ଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

kalyan agarbati

Comments are closed.