www.samajalive.in
Sunday, December 7, 2025
14.1 C
Bhubaneswar

ଆରତୀ କାରଖାନାରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ପରିବାରର ଜଣଙ୍କୁ ମିଳିବ ଚାକିରି, ୨୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ଗୁରୁଡିଝାଟିଆ: ଆରତୀ କାରଖାନାରେ କାର୍ଯ୍ୟରତ ଥିବା ସମୟରେ ଗତକାଲି ଠିକା ଶ୍ରମିକ ସନାତନ ପାଢି(୫୫)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବା ସହ ୨୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ଆରତୀ କାରଖାନା କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ କାରଖାନା ଫାଟକରେ ବସିଥିବା ଧାରଣା ପ୍ରତ୍ୟାହୃତ ହୋଇଛି।

ପ୍ରକାଶଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ କାରଖାନାରେ ଠିକା ଶ୍ରମିକ ଭାବେ ଯୋରନ୍ଦା ପଞ୍ଚାୟତ ହରିଡାଗହୀର ଗ୍ରାମର ସନାତନ ପାଢି ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡିଥିଲେ। ଚିକିତ୍ସା ପାଇଁ କଟକର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ଫଳରେ ଆରତୀ କାରଖାନା ଠିକା କର୍ମଚାରୀ ସଂଘର କର୍ମକର୍ତ୍ତା, ହିନ୍ଦ ମଜଦୂର ସଂଘର କର୍ମକର୍ତ୍ତା ଓ ଯୋରନ୍ଦା ତଥା ସ୍ଥାନୀୟ ପଞ୍ଚାୟତର ଜନପ୍ରତିନିଧି ଏବଂ ପରିବାର ସଦସ୍ୟ କାରଖାନା ଫାଟକ ନିକଟରେ ଧାରଣାରେ ବସିଥିଲେ।

- Advertisement -

ଏହି ଧାରଣାକୁ ଉଠାଇବା ସହିତ ଆଲୋଚନା କରିବା ପାଇଁ ଆଠଗଡ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, କାରଖାନାର ସଭାପତି ସୁଦୀପ୍ତ ପଲ, ବରିଷ୍ଠ ପ୍ରବନ୍ଧକ ସରୋଜ କୁମାର ଜେନା, ଉନ୍ନୟନ ଅଧିକାରୀ ଶରତ ନିଶାଙ୍କ, ମୃତ ଶ୍ରମିକଙ୍କ ପତ୍ନୀ ଗୀତାଞ୍ଜଳି ପାଢି, ଝିଅ ଶ୍ରଦ୍ଧାଞ୍ଜଳୀ ପାଢି, ଶ୍ରମିକନେତା ସନ୍ତୋଷ ବେହେରା, ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ସରୋଜ ସ୍ୱାଇଁ, ଯୋରନ୍ଦା ପଞ୍ଚାୟତର ଜନପ୍ରତିନିଧି ଓ ଆରତୀ କାରଖାନା କର୍ମଚାରୀ ସଂଘର ପଦାଧିକାରୀ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମୃତଦେହ ସତ୍କାର ପାଇଁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୃତକଙ୍କ ପରିବାରକୁ ୨୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ସହିତ ପରିବାର ଜଣକୁ ଚାକିରି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories