ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିିଛି କାଦୁଅ ସରସର ମରଣଯନ୍ତା

ଗୁରୁଡିଝାଟିଆ: ଠିକାଦାରଙ୍କ ଅଦୂରଦର୍ଶିତା ଓ ସଠିକ୍ ସମୟରେ କାମ କେଉଁଠାରେ କରିବା ଆବଶ୍ୟକ ରହିଛି ଯାହାକୁ ସମାପନ କରୁନଥିବାରୁ ଆଦ୍ୟ ମୌସୁମୀର ଲଗାଣ ବର୍ଷାରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ମହାଳପଡା ପନ୍ଥେଇ ଠାରୁ କାପ୍ତାବରାଇ ଛକ ପର୍ଯ୍ୟନ୍ତ ଏବଂ ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତା କାଦୁଅ ସରସର ହୋଇପଡିଛି। ପ୍ରକାଶଯୋଗ୍ୟ ରାସ୍ତାର ପ୍ରସସ୍ତିକରଣ ଓ ଉଚ୍ଚତାବୃଦ୍ଧି ପାଇଁ ରାଜ୍ୟ ସରକାର ରାସ୍ତା ଓ କୋଠାବାଡି ବିଭାଗ ଜରିଆରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇଛନ୍ତି। ବନ୍ୟା ସମୟରେ ରାସ୍ତାର ଯେଉଁ ସ୍ଥାନରେ ପାଣି ଅଧିକ ପ୍ରବାହିତ ହୁଏ, ସେଠାରେ ରାସ୍ତାକୁ ଉଚ୍ଚା କରାଯାଉଛି।

prayash

ଏଥିପାଇଁ ମାଟି ପକାଇ ଉଚ୍ଚା କରାଯାଇଛି। କେତେକ ସ୍ଥାନରେ ମଧ୍ୟ ଉଚ୍ଚା ପାଇଁ ମାଟି ପକା କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଉଚ୍ଚା ପାଇଁ ମାଟି ପକା କାର୍ଯ୍ୟ ଗ୍ରୀଷ୍ମଋତୁ ପୂର୍ବରୁ ସମାପନ କରିନଥିବାରୁ ଏବେ ରାସ୍ତାରେ ଭାରୀଯାନ ଚଳାଚଳ କରିବାରୁ ଏକାଧିକ ମାଲବୋଝେଇ ଟ୍ରକ ଦବିଯିବାର ଦେଖାଦେଇଛି ଓ ରାସ୍ତା କାଦୁଅ ସରସର ହୋଇଥିବାରୁ ଗାଡିମଟର ଚଳାଚଳ ଦୂରକଥା ସାଧାରଣ ମଣିଷଟିଏ ପାଦରେ ଚାଲିଚାଲିଯିବା କଷ୍ଟକର ହୋଇପଡିଛି। ବିଦ୍ୟାର୍ଥୀଙ୍କ କଥା ପଚାର କିଏ? ବିଭାଗୀୟ ଯନ୍ତ୍ରୀଙ୍କ ଠିକାଦାର ଙ୍କ ପ୍ରତି ଅଂକୁଶ ଲଗାଇବା ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କେଉଁଠି ନା କେଉଁଠି ଉଣା ରହିଥିôବାରୁ ଠିକାଦାରର ମନମୁଖି କାର୍ଯ୍ୟଯୋଗୁଁ ସାଧାରଣ ଜନତା ଭୋଗୁଛନ୍ତି ହୀନସ୍ତା ବୋଲି ସାଧାରଣରେ ଆଲୋଚିତ ହୋଇଛି।

kalyan agarbati

Comments are closed.