ଯକ୍ଷ୍ମା ଏକ ପୁରୁଣା ଜୀବାଣୁ, ଏହା ବାୟୁଦ୍ୱାରା ସଂକ୍ରମିତ ହୋଇଥାଏ
ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ଗୁରୁଡିଝାଟିଆ:ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଯକ୍ଷ୍ମା ଏକ ପୁରୁଣା ଜୀବାଣୁ। ଏହା ବାୟୁଦ୍ୱାରା ସଂକ୍ରମିତ ହୋଇଥାଏ। ସମସ୍ତେ ମିଳିମିଶି ଏହାର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା ସେବା ଯୋଗାଇଦେଲେ ଏହା ଅଧିକ ବ୍ୟାପିବ ହେବନାହିଁ। ସରକାରଙ୍କ ପକ୍ଷରୁ ଯକ୍ଷ୍ମା ଚିହ୍ନଟ, ଔଷଧ ଓ ସଚେତନତା ମାଗଣାରେ ହେଉଥିବା ବେଳେ ଯକ୍ଷ୍ମାରୋଗୀମାନଙ୍କୁ ଚିକିତ୍ସାଳୟକୁ ଆଣିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି ବୋଲି ଡାକ୍ତର ଦାସ କହିଥିଲେ।
ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ସମାଜସେବୀ କିରଣ ବିହାରୀ ଖଟୁଆ, ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯକ୍ଷ୍ମା ରୋଗ ନିରାକରଣ ସସ୍ୱାସ୍ଥ ପରିଦର୍ଶକ ରଶ୍ମୀରଞ୍ଜନ ଜେନା ଉପସ୍ଥିତ ଥିଲେ। ସରକାର ୨୦୨୫ ସୁଦ୍ଧା ଯକ୍ଷ୍ମାରୋଗର ମୁଳୋତ୍ପାଟନ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ସାଧାରଣ ଜନତା, ବିଦ୍ୟାର୍ଥୀ ଓ ଯୁବଗୋଷ୍ଠୀଙ୍କ ଭୂମିକା ବେଶ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ।
Comments are closed.