ବ୍ରହ୍ମପୁରରେ ଆରମ୍ଭ ହେଲେ ଗୁଣ୍ଡା ପ୍ୟାରେଡ଼

0

ଵ୍ରହ୍ମପୁର: ଅପରାଧ ରୋକିବାକୁ ଵ୍ରହ୍ମପୁର ପୁଲିସ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ଜିଲ୍ଲାର ସମସ୍ତ ଥାନାରେ ଆରମ୍ଭ ହୋଇଛି ଗୁଣ୍ଡା ପ୍ୟାରେଡ଼ । ଅପରାଧିକ କାର୍ୟ୍ୟରେ ଲିପ୍ତ ଅଥବା ଜାମିନରେ ଥିବା ଅପରାଧୀଙ୍କୁ ଥାନାକୁ ଡକାଯାଇ ଅପରାଧିକ କାର୍ୟ୍ୟକଳାପରୁ ଦୂରେଇ ରଖିବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ଗୁଣ୍ଡା ପ୍ୟାରଡ଼ରେ ମୋଟ ୮୬ଜଣ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତି ସାମିଲ ହୋଇଥିଲେ । ଏଭଳି ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବା ଓ ଅପରାଧିକ କାର୍ୟ୍ୟକଳାପରୁ ସେମାନଙ୍କୁ ଦୁରେଇ ରଖିବା ହେଉଛି ଏହି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଆଗାମୀ ଦିନରେ ପ୍ରତ୍ୟେକ ସପ୍ତାହରେ ଥରେ ଏଭଳି କାର୍ୟ୍ୟକ୍ରମ ସବୁ ଥାନାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ.ପି.ପିନାକ ମିଶ୍ର।

Leave A Reply