www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ମୁକାବିଲା ପାଇଁ ପୁନର୍ବାର ୩.୩୦ ଲକ୍ଷ ଟଙ୍କା ଦେଲେ ଗଲ୍ଫର ଅର୍ଜୁନ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ସରକାରଙ୍କୁ ବହୁ ଅର୍ଥ ବ୍ୟୟ କରିବାକୁ ପଡୁଥିବା ବେଳେ ଅନେକ କ୍ରୀଡ଼ାବିତ୍‌ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ଯୁବ ଗଲ୍ଫର ଅର୍ଜୁନ୍ ଭଟ୍ଟି ମଙ୍ଗଳବାର ୩.୩୦ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନାଥାଉକି କିଛିଦିନ ତଳେ ଅର୍ଜୁନ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୪.୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଜିତିଥିବା ୧୦୨ଟି ଟ୍ରଫିକୁ ବିକ୍ରି କରି ଅର୍ଜୁନ ଏହି ୪.୩୦ ଲକ୍ଷ ଟଙ୍କା ଯୋଗାଡ କରିଥିଲେ।
ତେ​‌େ​‌ବ ମଙ୍ଗଳବାର ଅର୍ଜୁନ ପୁନର୍ବାର ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୩.୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ୨୦୧୮ ବିଶ୍ବ ଜୁନିୟର ଗଲ୍ଫ ଚମ୍ପିଆନ୍‌ସିପ ଜିତିଥିଲେ ଅର୍ଜୁନ। ଏହି ଚମ୍ପିଆନ୍‌ସିପରେ ଭାଗ ନେବା ସମୟରେ ଯେଉଁ ଜୋତା ପିନ୍ଧିଥିଲେ ତାହାକୁ ଅର୍ଜୁନ ବିକ୍ରି କରି ୩.୩୦ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ ସକ୍ଷମ ହୋଇଛନ୍ତି। ଏ ସଂପର୍କରେ ଟ୍ବିଟ୍ କରି ଅର୍ଜୁନ ଦର୍ଶାଇଛନ୍ତି ଜୁନିୟର ଗଲ୍ଫ ବିଶ୍ବ ଚମ୍ପିଆନ୍‌ ଟାଇଟଲ୍‌ ଜିତିବା ସମୟରେ ପିନ୍ଧିଥିବା ଜୋତାକୁ ତାଙ୍କର ଜଣେ ସମ୍ପର୍କୀୟ ଭାନିସ ପ୍ରଧାନ ୩.୩୦ ଲକ୍ଷ ଟଙ୍କାରେ କିଣିଥିଲେ। ଏହି ଅର୍ଥକୁ ସେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories