www.samajalive.in
Monday, December 15, 2025
24.1 C
Bhubaneswar

ଷାଠିଏ ଘର ଡୁମାଳ ସମାଜ ପକ୍ଷରୁ ସାଙ୍ଗଠନିକ ସଭା 

ଗୁଡ଼ଭେଲା :  ଗୁଡଭେଲା ବ୍ଳକ ଅନ୍ତର୍ଗତ ବଡତରକମୁଣ୍ଡାଠାରେ ଷାଠିଏ ଘର ଡୁମାଳ ସମାଜ ପକ୍ଷରୁ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଧନପୁର ଚକ ଆନୁକୁଲ୍ୟରେ  ଅନୁଷ୍ଠିତ ସଭାରେ ଧନପୁର ଚକର ସଭାପତି ଗୁରେଖ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମା ମାହେଶ୍ବରୀଙ୍କୁ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମାଜର  ଅର୍ଥନୈତିକ, ସମାଜିକ ଅଭିବୃଦ୍ଧି ସହ  ନାରୀକୁ ଚୁଲି ମଣ୍ଡରେ ସିମୀତ ନ ରଖି  ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ସଭାରେ ପ୍ରମୁଖ  ଆଲୋଚନା ବିଷୟ ରୂପେ ନିଆଯାଇଥିଲା। ସମାଜର ବିକାଶରେ ଯୁବ ଗୋଷ୍ଠୀଙ୍କ ଭୁମିକା ଏବଂ ସମାଜରେ ପରିଚାଳନା ହେଉଥିବା କୁସଂସ୍କାର ସହ ନିଶା ନିବାରଣ ଉପରେ ଗୁରୁତ୍ୱ ଦେବା ପାଇଁ  ସମ୍ପାଦନା ଚକାନନ୍ଦ କମ୍ପ ମତ ପ୍ରକାଶ କରିଥିଲେ । ଡୁମାଳ ସମାଜର ଜନଗଣନା କରିବା  ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସେବା ସହଯୋଗ ମନୋଭାବ ରଖିବା  ପାଇଁ  ଶ୍ରୀ ପ୍ରଧାନ ସଭାରେ ମତ ପ୍ରକାଶ କରିଥିଲେ। ଏଥିରେ କାହ୍ନୁଚରଣ ପ୍ରଧାନ ସଭା ସଂଯୋଜନା କରିଥିଲେ। ଆଗାମୀ ବୈଠକରେ ସମାଜର  ଯୁବ ଯୁବତୀଙ୍କୁ ନେଇ ଏକ ମା ମାହେଶ୍ବରୀ ସେନା ଗଠନ କରିବା ପାଇଁ ସୂଚନା  ଦିଆଯାଇଥିଲା ଏବଂ ଅସଂଖ୍ୟଧିକ ଯୁବକ ଯୁବତୀ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଥିଲା । ଏଥରେ ଧନପୁର ଚକର ସାତଟି ଗ୍ରାମର ଡୁମାଳ ସମାଜର ଭଦ୍ରବ୍ୟକ୍ତି ସହ ଯୁବକମାନେ ଉପସ୍ଥିତ ହୋଇଥିଲେ ।ଏଥିରେ ଟିକେଚନ ଛନ୍ଦ, କାହ୍ନୁ ଚରଣ କମ୍ପ,ଚଞ୍ଚଳ କମ୍ପ,ଦେବେନ୍ଦ୍ର କମ୍ପ,ରୁଦ୍ରମଣୀ କମ୍ପ,ରତ୍ନା କମ୍ପ,ଜୟଦେବ କମ୍ପ, ଭକତରାମ ମହାକୁର ,ମୁନି ଛନ୍ଦ, ଝାସକେନ ଛନ୍ଦ, ବେଦବ୍ୟାସ ବାଘ, ଜଗବନ୍ଧୁ କର୍ମୀ, ମଲିଆ ମହାକୁର, ହାଡୁ ଖଣ୍ଡଗିରି ,ଅନାଦି କମ୍ପ, କଂସାଡି କର୍ମୀ ,ଡିଙ୍ଗର କର୍ମୀ, ନାରାୟଣ କମ୍ପ, ସୁକଦେବ କମ୍ପ, ମାଞ୍ଚନ ଛନ୍ଦ, ଖୁସିରାମ ଛନ୍ଦ ,କ୍ଷମାନିଧି ଛନ୍ଦ, ଅଜ୍ଜୁର୍ନ କର୍ମୀ, ରୋହିତ ଖଣ୍ଡଗିରି , ଶକ୍ତି ଖଣ୍ଡଗିରି ପ୍ରମୁଖ ସଭା ପରିଚାଳନା ସହଯୋଗ କରିଥିଲେ ଏବଂ ଶେଷରେ ସୁରେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories