ସାକ୍ଷୀଗୋପାଳ : ସତ୍ୟବାଦୀରେ ବିଜୁ ଜନତା ଦଳର ମହାମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ, ପୂର୍ବତନ ସଭାପତି ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ସରପଞ୍ଚ ବିଶ୍ୱନାଥ ମହାପାତ୍ର, ସିଂହଦ୍ୱାର ବ୍ୟବସାୟୀ ସଂଘର ସନ୍ତୋଷ କୁମାର ମିଶ୍ର, ଜୟନ୍ତ କୁମାର ନନ୍ଦ, କାଳୀ ପ୍ରସାଦ ମହାପାତ୍ର, ସତ୍ୟପ୍ରିୟ ମହାପାତ୍ର ଓ ରଘୁନାଥ ମହାପାତ୍ରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଅତିଥି ମାନେ ନୂତନ ଭାବେ ଦଳରେ ଯୋଗଦେଇଥିବା ବ୍ୟକ୍ତି ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ। ଶେଷରେ ଆଲୋକ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



