www.samajalive.in
Sunday, December 14, 2025
23.1 C
Bhubaneswar

ସୁନାପୁର ସମୁଦ୍ର ବେଳା ଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା

ଚିକିଟି: ଗଞ୍ଜାମ ଜିଲା ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ପର୍ଯ୍ୟଟନ ବିଭାଗ ଚଳିତ ବର୍ଷ ପ୍ରଥମ ଥର ଲାଗି ଗଞ୍ଜାମ ଜିଲାର ବ୍ରହ୍ମପୁର ଠାରୁ ୨୦ କିଲୋମିଟର ଦୂରରେ ଥିବା ସୁନାପୁର ବେଳାଭୂମିରେ ଆସନ୍ତା ନଭେମ୍ବର ୧୫ରୁ ସାଢେ ତିନି ମାସ ଧରି ଏକ ଇକୋ ଇଟ୍ରିଟ୍ ଫେଷ୍ଟିଭାଲ୍ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ରତିକାନ୍ତ ପଟ୍ଟନାୟକ ସମେତ ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ସୁନାପୁରରେ ପହଞ୍ଚିଥିଲେ।

 

- Advertisement -

ଏଠାରେ ଇକୋ ଇଟ୍ରିଟ୍ ଫେଷ୍ଟିଭାଲ୍ ଆୟୋଜନ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ନିର୍ଦେଶ ଦେଇଛନ୍ତି। ଇକୋ ଇଟ୍ରିଟ୍ ଫେଷ୍ଟିଭାଲ୍ ନଭେମ୍ବର ୧୫ ରେ ଆରମ୍ଭ ହେବ ଏବଂ ୨୦୨୨ ମାର୍ଚ୍ଚ ପହିଲାରେ ଶେଷ ହେବ। ସୁନାପୁରକୁ ବ୍ଲୁ ଫ୍ଲାଗ୍ ବେଳାଭୂମି ମାନ୍ୟତା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାହୁଦା ନଦୀ ମୁହାଁଣ ସୁନାପୁର ସମୁଦ୍ର କୂଳରେ ତୁରନ୍ତ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ସମେତ ୨୫ ଟି ବିଳାସପୂର୍ଣ୍ଣ ତମ୍ବୁ ସ୍ଥାପନ କରାଯିବ। ଏହା ବ୍ୟତୀତ ପର୍ଯ୍ୟଟକମାନେ ଯେପରି ଚିତ୍ରକଳା ବେଳାଭୂମି, ସାଂସ୍କୃତିକ, ଖାଦ୍ୟପାନୀୟ ଆଦି ଯେପରି ଉପଭୋଗ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱ ଦିଆଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories