www.samajalive.in
Monday, December 15, 2025
24.1 C
Bhubaneswar

ତୁଷୁରା ପ୍ରିମିର ଲିଗ୍ ଉଦଯାପିତ,ଏସଏସ କିଙ୍ଗ ଚମ୍ପିୟାନ

ଗୁଡଭେଲା: ତୁଷୁରା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ତୁଷୁରା ପ୍ରିମିର ଲିଗ୍ ଉଦଯାପିତ ହୋଇଯାଇଛି ।ଗତ ୮ ତାରିଖରୁ ଅନୁଷ୍ଠିତ କ୍ରିକେଟ ପ୍ରତିଯୋଗିତାରେ ୬ଟି ଦଳ ଭାଗ ନେଇଥିଲେ ।ଫାଇନାଲ ମ୍ୟାଚରେ ଆର୍କେ ଜେନେସିସ ଓ ଏସଏସ କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ଓଭରରେ ଆର୍କେ ଜେନେସିସ  ୭୫ ରନ୍ ସଂଗ୍ରହ କରିଥିଲା । ଏହା ଜବାବରେ ଏସଏସ ଦଳ ୫ ଇଉକେଟରେ ବିଜୟ ହୋଇ ଚମ୍ପିୟାନ ଘୋଷିତ ହୋଇଥିଲା।  ଉଦଯାପିତ ଉତ୍ସବରେ ଭାରତୀୟ ମହିଳା  କ୍ରିକେଟର୍ ରୋଶନାରା ପରବିନ ଓ ମାଧୁରି ମେହେଟା ଅତିଥି ଭାବରେ ଯୋଗଦେଇ  ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅଭିନେତା ରତନ୍ ମେହେର,ଅଶୋକ ମେହେର ଓ ଯଶୋବନ୍ତ ସିଂହ ଯୋଗ ଦେଇଥିଲେ ।

ଏହା ସହ ପ୍ରିମିୟର ଲିଗର ଅଧ୍ୟକ୍ଷ ଦୀନଦୟାଳ କେଡିଆ,ଉପାଧ୍ୟକ୍ଷ ପଦମ କେଡିଆ, ଉପଦେଷ୍ଟା ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବିକାଶ ଜୈନ ମଞ୍ଚାସିନ ହୋଇଥିଲେ । ସୁରେନ୍ଦ୍ର ସୁନା, ମୁନୁ ଭୋଇ, ସ୍ଵାଗତ ସାହୁ, ସରୋଜ ବାଗ, ହନିଫ ମହମ୍ମଦ, ବିମଳ ଜୈନ ଓ ଟୁକୁ ମିଶ୍ର ଖେଳ ପରିଚାଳନା କରିଥିଲେ ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories