ରୁଷର ୧୦୦ ସୈନିକଙ୍କୁ ହତ୍ୟା କଲା ୟୁକ୍ରେନ୍
କିଭ୍: ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ଆଜି ରୁଷ ୟୁକ୍ରେନର ଖାରକିଭ ସହରରେ ବଡ଼ ଧରଣର ବିସ୍ଫୋରଣ କରୁଛି । ଖାରକିଭରେ ମିଶାଇଲ ଆକ୍ରମଣ କରି ବଡ଼ ବଡ଼ ଅଟ୍ଟାଳିକା ନଷ୍ଟ କରୁଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ରୁଷ ଖାରକିଭ ସହ ୟୁକ୍ରେନ୍ର ଅନ୍ୟ କିଛି ସହରରେ ମଧ୍ୟ ଆକ୍ରମଣ କରୁଛି । ଏହି ଆକ୍ରମଣରେ ୟୁକ୍ରେନର ବହୁ ସମ୍ପତ୍ତି ନଷ୍ଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ରୁଷର ଆକ୍ରମଣକୁ କଡ଼ା ଜବାବ ଦେଉଛି ୟୁକ୍ରେନ୍ । ୟୁକ୍ରେନ୍ ରୁଷର ୧୦୦ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି । ତାହା ସହ ୟୁକ୍ରେନ୍ ମଧ୍ୟ ଆହୁରି କହିଛି ରୁଷର ୬ଟି ଲଢ଼ୁଆ ଗାଡ଼ିକୁ ନଷ୍ଟ କରିଛି ।
ଗତ ୧୯ ଦିନ ହେଲା ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଦୁଇ ଦେଶର ଅନେକ ସୈନିକଙ୍କ ସହ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି । ଦୁଇ ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡ଼ିଲାଣି । ତଥାପି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଉଭୟ ଦେଶର ପ୍ରତିନିଧି ମାନଙ୍କ ସହ ଏନେଇ ଆଲୋଚନା ହେଉଛି । ତଥାପି କୌଣସି ସୁଫଳ ମିଳିପାରୁନାହିଁ । ୪ଥର ଯୁଦ୍ଧକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ଗତକାଲି ଦୁଇ ଦେଶର ପ୍ରତିନିଧ ବୈଠକ ବସିଥିଲେ । ହେଲେ କୌଣସି ସମାଧାନର ବାଟ ବାହାରି ପାରିନଥିବା ବେଳେ, ଆଜି ଯୁଦ୍ଧକୁ ନେଇ ପୁଣି ଉଭୟ ଦେଶ ମଧ୍ୟରେ ଆଲୋଚନା ହେବା ନେଇ ଜଣାପଡ଼ିଛି ।
Comments are closed.