www.samajalive.in
Saturday, December 13, 2025
14.1 C
Bhubaneswar

ରୁଷ ବିରୋଧରେ ୟୁକ୍ରେନକୁ ସହାୟତା କରିବ ଆମେରିକା

କିଭ୍‌: ଥମୁନି ୟୁକ୍ରେନ୍‌-ରୁଷ ଯୁଦ୍ଧ । ଆଜି ୨୦ ଦିନରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢ଼େଇ ଜରିରହିଛି । ଏହାରି ଭିତରେ ଆମେରିକା ୟୁକ୍ରେନକୁ ସହାୟତା କରିବା ନେଇ ଘୋଷଣା କରିଛି । ପୂର୍ବରୁ ଆମେରିକା ୟୁକ୍ରେନକୁ ସହାୟତା ନକରିବା ନେଇ କହିଥିବା ବେଳେ ବର୍ତ୍ତମାନ ରୁଷିଆ ବିରୋଧରେ ୟୁକ୍ରେନ୍‌ ସହ ଆମେରିକା ଛିଡ଼ାହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ ଏକ ଟ୍ବିଟ୍‌ କରିଥିବା ଦେଖିବାକୁ ମିଳିଛି । ଟ୍ବିଟରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଆମେରିକା ଯୋଗାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି ।  ବାଇଡେନଙ୍କ ସୂଚନା ଅନୁସାରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ସେ ଘୋଷଣା କରିଛନ୍ତି । ଖାଲି ସେତିକି ନୁ​‌ହେଁ  ୟୁକ୍ରେନ୍‌ ଶରଣାର୍ଥୀଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ସେ କହିଥିବା କହିଛନ୍ତି । ତାହା ସହ ଅର୍ଥ, ଖାଦ୍ୟ ଓ ଅନ୍ୟ ସହାୟତା ଦେବାକୁ ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ।

ଅନ୍ୟପଟେ ରୁଷ ମଧ୍ୟ ଯୁଦ୍ଧକୁ ଆହୁରି ତୀବ୍ରତ୍ତର କରିବାକୁ ଉଦ୍ୟମ କରୁଛି । ଚୀନଠାରୁ ଅସ୍ତ୍ରଶନ୍ତ୍ରର ସହାୟତା ମାଗୁଛି । ଚୀନ ଏନେଇ ତାର ବିବୃତି ରଖିନଥିବା ବେଳେ ସାରା ବିଶ୍ବ ଏହି ଦୁଇ ଦେଶର ଯୁଦ୍ଧ ଉପରେ ନଜର ରଖିଛି । ସେପଟେ ୟୁକ୍ରେନର ପ୍ରାୟ ସମସ୍ତ ସହରରେ ଘନଘନ ଆକ୍ରମଣ କରୁଛି ରୁଷ । ଆଜି ବି ୟୁକ୍ରେନର ଖାରକିଭ୍‌ ସହର ସହ ଅନ୍ୟାନ୍ୟ ସହରରେ ମିଶାଇଲ ମାଡ଼ କରୁଛି । ଆଜିର ଆକ୍ରମଣରେ ୟୁକ୍ରେନର ବହୁ ଧନଜୀବନ ସହ ସମ୍ପତ୍ତି ନଷ୍ଟ ହୋଇଛି । ୟୁକ୍ରେନ୍‌ ବି ରୁଷର ୬ଟି ଲଢ଼ୁଆ ଗାଡ଼ି ନଷ୍ଟ କରିବା ସହ ୧୦୦ ସୈନିକଙ୍କୁ ହତ୍ୟାକରିଥିବା ଦାବି କରିଛି ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories