www.samajalive.in
Monday, December 15, 2025
24.1 C
Bhubaneswar

ସିଝା ପିଜୁଳି ଚାଟ୍‌‌

ଭିଟାମିନ୍‌‌ ସିରେ ଭରପୁର ପିଜୁଳିରେ ଅନେକ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ। ଶୀତଦିନେ ରୋଗରୁ ରକ୍ଷା ପାଇବା ପାଇଁ ଡାକ୍ତର ପିଜୁଳି ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ତେବେ ପିଜୁଳି ଖାଇବାକୁ ଏଭଳି କେତେକ ଉପାୟ ବିଷୟରେ ଜାଣନ୍ତୁ, ଯେଉଁ ଉପାୟରେ ପିଜୁଳି ସେବନ କରି ଅନେକ ରୋଗରୁ ରକ୍ଷା ପାଇପାରିବେ।
ଘରେ ସିଝା ପିଜୁଳି ଚାଟ୍‌‌ ତିଆରି କରିପାରିବେ।
ଆବଶ୍ୟକୀୟ ସାମଗ୍ରୀ
ପାଚିଲା ପିଜୁଳି – ୨ଟି
ଚିନି ଅଳ୍ପ
ପାଣି – ଅଳ୍ପ
ଗୋଲମରିଚ ଗୁଣ୍ଡ
ଚାଟ୍‌‌ ମସଲା – ସାମାନ୍ୟ
ଲେମ୍ବୁ – ଛୋଟ ଖଣ୍ଡ
ଲୁଣ
ପ୍ରଥମେ ପିଜୁଳିକୁ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଗ୍ୟାସରେ ଏକ ପାତ୍ରରେ ପାଣି ନିଅନ୍ତୁ। ଏଥିରେ ପିଜୁଳି ସହ ଅଳ୍ପ ଚିନି ପକାନ୍ତୁ। ଏହାପରେ ପିଜୁଳି ନରମ ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଅଳ୍ପ ଗୋଲମରିଚ ଗୁଣ୍ଡ ଓ ଲେମ୍ବୁ ରସ, ଚାଟ୍‌‌ ମସଲା, ସାମାନ୍ୟ ଲୁଣ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସିଝା ପିଜୁଳି ଚାଟ୍‌‌।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories