www.samajalive.in
Monday, December 15, 2025
24.1 C
Bhubaneswar

ରଣପୁର ତହସିଲ ସରକାରୀ ଜମି କେଳେଙ୍କରୀ ଘଟଣା: ଖାତାକୁ ଫେରିଲା ଜମି

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ରଣପୁରଗଡ ମୌଜାରେ ଜମି କେଳେଙ୍କରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରାୟ ଏକ ସପ୍ତାହ ଧରି ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଉକ୍ତ ଜମିଗୁଡ଼ିକ ଏବେ ସରକାରୀ ଖାତାକୁ ଫେରିଛି।

ସୂଚନା ଅନୁସାରେ, ତହସିଲଦାର ଡ. ଆର୍ଯ୍ୟ କୁମାର ସର୍ବଦମନ ଛୁଟିରେ ଥିବାବେଳେ ତାଙ୍କ ଅଗେ।ଚରରେ ଜମି ମାଫିଆମାନେ ତଳିଆ କର୍ମଚାରୀଙ୍କ ମାଧ୍ୟମରେ ତହସିଲଦାରଙ୍କ ଡିଜିଟାଲ ଦସ୍ତଖତ କରି ସରକାରୀ ଜମି ହାତେଇ ନେଇଥିଲେ। ଏହା ପରେ ତରବରିଆ ଭାବେ ଅଧଘଣ୍ଟା ଭିତରେ ନିଜ ନାମରେ ପଟ୍ଟା କରାଇ ନେଇଥିଲେ। ସେହିଦିନ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁରନ୍ତ କେଳେଙ୍କରୀରେ ସମ୍ପୃକ୍ତ ଥିବା କିଛି ଅଧିକାରୀ ଓ କର୍ମଚାରୀଙ୍କ ବିଷୟରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ପରେ ସେମାନଙ୍କୁ ଜିଲା ଜିଲା ମୁଖ୍ୟାଳୟକୁ ଫେରାଇ ନିଆଯାଇଥିଲା। ଫଏସଲା ହେଇଥିବା ଦାଖଲ ଖାର୍ଜ୍ୟ ମାମଲାକୁ ଖାରଜ କରିବା ପାଇଁ ସରକାରଙ୍କ ତରଫରୁ ମାମଲା ୩୩/୨୦୨୫ ରୁଜୁ କରାଯାଇ ପୁନଃ ବିଚାର କରି ଖାତା ନମ୍ବର ୧୪୮୨, ପ୍ଳଟ୍ ନମ୍ବର ୨୩୬୩, ରକବା-ଏ୦୧.୭୨ଡି, ୨୩୬୪ପ୍ଳଟ୍, ରକବା- ଏ୦.୦୨ଡି. ଓ ୨୩୬୬ ପ୍ଳଟ୍ ୦.୨୧ଡିସିମିଲ୍ ଜମିକୁ ପୁନର୍ବାର ସରକାରୀ ଖାତାକୁ ଫେରାଇ ନେଇଥିବା ତହସିଲଦାର ଡ. ସର୍ବଦମନ ସୁଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories