www.samajalive.in
Monday, December 8, 2025
14.1 C
Bhubaneswar

ସ୍ୱଂୟ ଶାସିତ ମହାବିଦ୍ୟାଳୟ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ

ଫୁଲବାଣୀ:କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀସ୍ଥିତ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ ଏବଂ ସେମାନେ କିପରି ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ନିମନ୍ତେ ଉପଦେଶ ଦେଇଥିଲେ।

ଶ୍ରୀ ସାମନ୍ତ କହିଥିଲେ ଯେ ଧୈର୍ଯ୍ୟ, ଅଧ୍ୟବସାୟ ଓ ନିଷ୍ଠା ରହିଲେ ଛାତ୍ରଛାତ୍ରୀମାନେ ନିଜ ଉଜ୍ବଳ ଭବିଷ୍ୟତ ଗଠନ କରି ପାରିବେ। ଭବିଷ୍ୟତ ଗଠନ ପାଇଁ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେବାକୁ ତାଙ୍କ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁବାଷ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଦର୍ଶନ ବିଭାଗ ସହକାରୀ ପ୍ରାଧ୍ୟାପକ ମୂରଲୀ ଧର ସେଠୀ ଉପସ୍ଥିତ ଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ନୂତନ ପ୍ରଭାସ ତରିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ରାଜନୀତି ବିଜ୍ଞାନର ସହକାରୀ ଅଧ୍ୟାପିକା ଡ଼.ଅହଲ୍ୟା ସିଅଳ ଅତିଥି ପରିଚୟ ପ୍ରଦାନ କରିଥିଲେ।

- Advertisement -

ମହାବିଦ୍ୟାଳୟକୁ ନିକଟରେ ନାକ୍ ଟିମ ପରିଦର୍ଶନ ଆସିବା ଯୋଜନା ରହିଛି। ଏହି ମହାବିଦ୍ୟାଳୟ ପୂର୍ବରୁ ଯେଭଳି ଭାବେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ପୁଣିଥରେ ସେହି ପରିଚୟ ଫେରାଇ ଆଣିବାରେ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କନ୍ଧମାଳ ସାଂସଦ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଆ ବିଭାଗର ସହକାରୀ ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories