www.samajalive.in
Sunday, December 7, 2025
23.1 C
Bhubaneswar

ଲକ୍ଷେ କୃଷକଙ୍କ ୧୭୭୧ କୋଟି ଟଙ୍କା ଋଣ ଛାଡ଼ କଲେ ପଞ୍ଜାବ ସରକାର

ପଟିୟାଲା : ପଞ୍ଜାବର କଂଗ୍ରେସ ସରକାର ୧ ଲକ୍ଷ କୃଷକଙ୍କ ୧୭୭୧ କୋଟି ଟଙ୍କା ଋଣ ଛାଡ଼ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘୋଷଣା କରିବା ସହ କହିଛନ୍ତି ଯେ ଶନିବାର ସୁଦ୍ଧା ଋଣ ଛାଡ଼ର ଅର୍ଥ କୃଷକଙ୍କ ଖାତାରେ ପହଞ୍ଚିଯିବ। ଏହାସହ ଫସଲରେ କୀଟନାଶକ ବ୍ୟବହାର କମ କରିବାକୁ ଚାଷୀଙ୍କୁ ନିବେଦନ କରିଛନ୍ତି। ତାଙ୍କ ଇସ୍ରାଏଲ ଗସ୍ତ ବିଷୟରେ ଉଲ୍ଲେଖ କରି ଅମରିନ୍ଦର କହିଥିଲେ ଯେ ସେଠାରେ ଜଳର ଘୋର ଅଭାବ ରହିଛି। ଏହାବାଦ ବି ସେଠାରେ କୃଷି ଉତ୍ପାଦନ ଅଧିକ ରହିଛି ଓ ଲୋକେ ଜଳକୁ ସଠିକ୍‍ ଭାବେ ବିନିଯୋଗ କରିବା ଜାଣିଛନ୍ତି। ସେଠାରୁ ଆମକୁ ଏହା ଶିଖିବାକୁ ପଡ଼ିବ। ଜଳ ସଂରକ୍ଷଣ ସମସ୍ତଙ୍କ ଦାୟିତ୍ୱ ହେବା ଆବଶ୍ୟକ। ସରକାର ଖୁବଶୀଘ୍ର ଏନେଇ ଏକ ଯୋଜନା ଘୋଷଣା କରିବେ।
ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବରେ କୃଷକଙ୍କ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ୩ଟି ସର୍ଭେ କରିଛନ୍ତି। ପ୍ରଥମ ସର୍ଭେ ଅନୁସାରେ ଋଣଭାର, ଫସଲ ନଷ୍ଟ ଚାପରେ ୨୦୦୦ରୁ ୨୦୧୦ ମଧ୍ୟରେ ୬,୯୨୬ କୃଷକ ଆତ୍ମହତ୍ୟା କରିଛନ୍ତି। ପ୍ରଥମ ସର୍ଭେ ସଂଗରୁର, ମନସା, ଭଟିଣ୍ଡା ଜିଲାରେ କରାଯାଇଥିଲା। ସେଠାରେ ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ୧,୭୫୭ କୃଷକଙ୍କ ଆତ୍ମହତ୍ୟା କରିଛନ୍ତି। ଦ୍ୱିତୀୟ ସର୍ଭେ ମୋଗା, ଲୁଧିଆନା ଏବଂ ବରନାଲା ଜିଲାରେ କରାଯାଇଥିଲା। ସେଠାରେ ୨୦୦୦ରୁ ୨୦୧୦ ମଧ୍ୟରେ ୬,୦୦୦ କୃଷକ ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ତୃତୀୟ ସର୍ଭେ ସଂଗରୁର, ମନସା, ଭଟିଣ୍ଡା, ମୋଗା, ଲୁଧିଆନା ଏବଂ ବରନାଲା ସମେତ ପଞ୍ଜାବର ୨୨ରୁ ୧୯ ଜିଲାରେ କରାଯାଇଥିଲା। ୨୦୧୧ରୁ ୨୦୧୪ ମଧ୍ୟରେ ଏହି ଜିଲାଗୁଡ଼ିକରେ ପାଖାପାଖି ୭,୦୦୦ ଆତ୍ମହତ୍ୟା କରିଥିବା ସର୍ଭେରୁ ଜଣାପଡ଼ିଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories