ୱାଘମାରେ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ

0

ବେଙ୍ଗାଲୁରୁ  : ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକାରୀକୁ କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଚିହ୍ନଟ କରିଛି। ଏସଆଇଟିର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପର୍ଶୁରାମ ୱାଘମାରେ ହେଉଛନ୍ତି ଗୌରୀଙ୍କ ହତ୍ୟାକାରୀ। ଗୌରୀଙ୍କ ହତ୍ୟାକାରୀ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କୁ ଅଟକ ରଖାଯାଇଥିବାବେଳେ ପର୍ଶୁରାମ ହେଉଛନ୍ତି ଶେଷ ସନ୍ଦିଗ୍ଧ। ଏସଆଇଟିର କହିବା ଅନୁଯାୟୀ ଗୌରୀଙ୍କୁ ହତ୍ୟା ପାଇଁ ଯେଉଁ ଅସ୍ତ୍ର ବ୍ୟବହାର କରାଯାଇଥିଲା ସେହି ବନ୍ଧୁକରେ ଗୋବିନ୍ଦ ପାନସାରେ ଓ ଏମଏମ୍‍ କୁଲବର୍ଗୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତେବେ ଏହି ବନ୍ଧକକୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରି ନାହିଁ। ହତ୍ୟାକାରୀ ପର୍ଶୁରାମ ଏକ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠର ସଦସ୍ୟ। ଏହି ଦକ୍ଷିଣପନ୍ଥୀ ସଂଗଠନରେ ପ୍ରାୟ ୬୦ଜଣ ସଦସ୍ୟ ରହିଛନ୍ତି। ସଂଗଠନର ନେଟୱର୍କ ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକରେ ରହିଛି।

kalyan agarbati
Leave A Reply