ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା ପାଇଁ ୨ଲକ୍ଷ ୬୩ହଜାର ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ

ଗୋପାଳପୁର : ଓଡ଼ିଶା ସରକାରଙ୍କ ପକ୍ଷରୁ ୫ଟିକୁ କଡାକଡି ଲାଗୁ କରାଯାଇଥିବା ବେଳେ ପ୍ରଥମ ଦଫାରେ ଏହାକୁ ସ୍ବାସ୍ଥ୍ୟ ସେବା ସହ ଗୃହ ବିଭାଗକୁ ସାମିଲ କରାଯାଇଥିବା ସହ ଅନ୍ୟ ବିଭାଗ ଗୁଡିକ ମଧ୍ୟ ଏହି ୫ଟି କୁ କାର୍ଯକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଏହାର ଖୋଲା ଖୋଲି ଭାବେ କନିଷି ସ୍ଥିତ ସବ ରେଜିଷ୍ଟ୍ରର ଅଫିସରେ ଉଲ୍ଲଂଘନ କରାଯାଉଥିବା ଜଣାପଡିଛି। ଏହାସହ ଏହି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଲେ ତଥ୍ୟ ଲୁଚାଇବା ଉଦେଶ୍ୟରେ ଆବେଦନ କାରୀଙ୍କୁ ଲକ୍ଷାଧିକ ଟଙ୍କା ପଇଠ କରାଯିବା ପରେ ତଥ୍ୟ ପ୍ରଦାନ କରାଯିବ ବୋଲି ଚିଠି ମାଧ୍ୟମରେ ଅବଗତ କରାଯାଇଛି।

prayash

ଏବେ ଏହାକୁ ନେଇ ତଥ୍ୟବିଜ୍ଞ ମହଲରେ ଅସନ୍ତୋଷ ଦେଖାଦେଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାରସିଂ ଗ୍ରାମର ଏନ୍ ଡମ୍ବରୁ ରେଡ୍ଡୀଙ୍କ ପକ୍ଷରୁ ସେପ୍ଟେମ୍ବର ମାସରେ କନିଷି ସବରେଜିଷ୍ଟାର ଅଫିସରୁ  ଗତ ୨୦୧୩ ମସିହାରୁ ୨୦୧୯ ମସିହା ମଧ୍ୟରେ ଦେବୀ କନଷ୍ଟ୍ରକସନ୍ ଦ୍ଵାରା ତତଡାପଲ୍ଲୀ ଓ ମାଣିକପୁର ମୌଜାରେ କିଣା ଯାଇଥିବା ଜମିର ତଥ୍ୟ ସୂଚନା ଅଧିକାର ଆଇନ ଅନୁଯାୟୀ ମଗାଯାଇଥିଲା।

ଏହା ମଧ୍ୟରେ ଗତ ଅକ୍ଟୋବର ୩୧ ତାରିଖ ରେ ସବରେଜିଷ୍ଟାର ଅଫିସ ଚିଠି ନଂ ୭୬୦ ପ୍ରକାରେ ଆବେଦନକାରୀ ଡମ୍ବରୁଙ୍କୁ ୭୫୧ ପୃଷ୍ଠା ତଥ୍ୟ ନିମନ୍ତେ ସମୁଦାୟ ୨ଲକ୍ଷ ୬୩ ହଜାର ଟଙ୍କା କାର୍ଯ୍ୟାଳୟରେ ଜମା କରିଲେତଥ୍ୟ ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଏ ନେଇ ଆବେଦନକାରୀ ଡମ୍ବରୁ ପ୍ରକାଶ କରିଛନ୍ତି ଯେ କନଷ୍ଟ୍ରକସନ୍ କମ୍ପାନୀ ବେଆଇନ ଭାବେ ଏକର ଏକର ଚାଷଜମିକୁ ସାଗମାଛ ଦରରେ ଲୋକଙ୍କ ଠାରୁ କିଣିବା ସହ ସବରେଜିଷ୍ଟାର ଅଫିସ କର୍ମଚାରୀଙ୍କୁ ହାତବାରିସି କରି ବହୁ ବେଆଇନ କାର୍ଯ୍ୟ କରିଛନ୍ତି। ଏଣୁ ଏ ସମସ୍ତ ତଥ୍ୟ ପ୍ରଘଟ ହୋଇଥିବା ଭୟରେ ସବରେଜିଷ୍ଟାର ଅଫିସ ଷ୍ଟାଫ୍ ତଥ୍ୟ ପ୍ରଦାନ କରିବାକୁ ଏତେ ପରିମାଣର ଟଙ୍କା ଦାବି କରିଛନ୍ତି। ଏଣୁ ସେ ଏହାକୁ ନେଇ ପ୍ରଥମ ଅପିଲିଟ୍ ଅଧିକାରୀଙ୍କ ଠାରେ ପୁନଃ ଆବେଦନ କରିବେ ବୋଲି କହିଛନ୍ତି।

kalyan agarbati

Comments are closed.