www.samajalive.in
Tuesday, December 9, 2025
15.1 C
Bhubaneswar

କିଶୋରୀ ବାଳିକା ଶିବିର ସହ ଆତ୍ମସୁରକ୍ଷା ତାଲିମ ଶିବିର

ଗୋପାଳପୁର: କନିଷି ସ୍ଥିତ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯାଳୟ ପରିସରରେ ସମ୍ବନିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିଶୋରୀ ବାଳିକା ଶିବିର ସହ ଆତ୍ମସୁରକ୍ଷା ତାଲିମ ଶିବିର ଆୟୋଜିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜୋସ୍ନା ପାଢ଼ୀ ଅଧ୍ୟକ୍ଷତା କରିବା ସହ ଶିବିର ପରିଚାଳନା କରିଥିଲେ ।
ଅତିଥି ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ଜିଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ତପୋଇ ଦାସ ପ୍ରମୁଖ ଯୋଗ ଦେଇ କିଶୋରୀ ମାନଙ୍କ ସ୍ବାସ୍ଥ୍ୟ ସହ ଆତ୍ମସୁରକ୍ଷା ଜରୁରୀ ହୋଇ ଥିବା ବେଳେ ଏପରି ଶିବିର ଆୟୋଜିତ ହେବା ଫଳରେ କିଶୋରୀ ମାନେ ଉପକୃତ ହୋଇପାରିବେ ବୋଲି ମତପୋଷଣ କରିଥିଲେ ।
ଏହି ଅବସରରେ ପଞ୍ଚମା  ବିଦ୍ୟାଳୟ ର କ୍ରିଡ଼ା ଶିକ୍ଷୟତ୍ରୀ ମାନସୀ ପଣ୍ଡା ଓ ଚିକରଡା ବିଦ୍ୟାଳୟ ର କ୍ରିଡ଼ା ଶିକ୍ଷୟତ୍ରୀ ମିନତି ରାଣୀ ସାହୁ ପ୍ରମୁଖ କିଶୋରୀ ମାନଙ୍କୁ ଆତ୍ମସୁରକ୍ଷା ର‌ ବିଭିନ୍ନ କୌଶଳ ଉପରେ ଶିକ୍ଷା ପ୍ରଦାନ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି କିଶୋରୀ ମାନଙ୍କୁ ସମ୍ମାନିତ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କର୍ମକର୍ତ୍ତା ସହ ଅଙ୍ଗନବାଡ଼ି କର୍ମୀ ମାନେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories