ବ୍ରହ୍ମପୁର ସହର ବିଭିନ୍ନ ଅଞ୍ଚଳରୁ ତାଲା ବନ୍ଦ ଘରୁ ଲୁଟ: ୨୩୦ ଗ୍ରାମ ସୁନା ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଉଦ୍ଧାର, ୩ କୋର୍ଟ ଗିରଫ

ଗୋପାଳପୁର: ଗୋପାଳପୁର, ଗୋଳନ୍ଥରା ସମେତ ବ୍ରହ୍ମପୁର ସହର ବିଭିନ୍ନ ଅଞ୍ଚଳରୁ ତାଲା ବନ୍ଦ ଘରୁ ଲୁଟ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୨୩୦ ଗ୍ରାମ ସୁନା ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଜବତ ପରେ ସେମାନଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଟି. ବିଷୁ, ସଦର ଥାନା ଅର୍ନ୍ତଗତ କାଳୁଆ ରୋଡ ବାଘଝରି ର ସୁଦାମ ପାତ୍ର ଓ ଚନ୍ଦନ ପାତ୍ର ବୋଲି ପୁଲିସ୍ କହିଛି।ପୂର୍ବରୁ ଏହି ୩ ଜଣଙ୍କ ନାମରେ ଗୋଲନ୍ଥରl ଥାନାରେ ୩ ଟି, ନିମଖଣ୍ଡି ଥାନାରେ ୨ ଟି ଓ ଗୋଷାଣୀ ନୂଆଗାଁ ଥାନାରେ ୧ ମାମଲା ରହିଛି।

prayash

ଗୋପାଳପୁର ଥାନା ଅର୍ନ୍ତଗତ ଡିଫେନସ୍ କଲୋନିରେ ନୀଳ ମାଧବ ସାହୁଙ୍କ ଘର ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ୨୭ ତାରିଖ ରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ପୁଲିସ କେସ ନଂ ୧୦୨ /୨୩ ପ୍ରକାରେ ମାମଲା ରୁଜୁ କରିଥିଲା। ଏହା ସହ ଗତ ୧୮/୫/୨୩ରେ ଏକ ଅନୁରୂପ ଚୋରି ମାମଲା କେସ ନଂ ୧୬୫/୨୩ରେ ପୁଲିସ୍ ତଦନ୍ତ କରୁଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅlମ୍ବପୁଆ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଥିଲା ।

ତଦନ୍ତ ସମୟରେ ସେମାନଙ୍କ ଠାରୁ ପୁଲିସ ୨୩୦ ଗ୍ରାମ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ୪୦ ହଜାର ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୧ ହଜାର ୯୩୯ ଟଙ୍କା ଉଦ୍ଧାର କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଆଗାମୀ ଦିନରେ ଅଭିଯୁକ୍ତମାନଙ୍କୁ ପୁଲିସ ରିମାଣ୍ଡରେ ଆଣି ଚୋରି ନେଇ ଅଧିକ ତଦନ୍ତ କରିବ ବୋଲି ପ୍ରକାଶ କରିଛି।

kalyan agarbati

Comments are closed.