ବିଷ ପିଇ ମହିଳା ମୃତ
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଜଣେ ମହିଳା ବିଷ ପିଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ପଥରା ଗ୍ରାମର ସହଦେବ ନାୟକଙ୍କ ସ୍ତ୍ରୀ କୁମୁଦିନୀ ଦାସ ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ଗତକାଲି ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏହାପରେ ରାତି ପ୍ରାୟ ୧୧ଟା ସମୟରେ କୁମୁଦିନୀ ବିଷ ପିଇ ଦେଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାମୀ ବ୍ରହ୍ମପୁର ମେଡିକାଲ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସହଦେବ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୦/୨୩ ରେ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ତଦନ୍ତ କରୁଥିବା ପୁଲିସ କହିଛି।
Comments are closed.