କ୍ରସିଂ ମେସିନର ମଟର ଚୋରି, ଦୁଇ ଗିରଫ

ଗୋପାଳପୁର: ଗୋପାଳପୁର ଏନଏସିର ସିଆଣ୍ଡଡି କ୍ରସିଂ ମେସିନର ମଟର ଚୋରି କରିଥିବା ଅଭିଯୋଗ ହୋଇଛି। କ୍ରସିଂ ମେସିନ ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସ୍ଥାନୀୟ ଅଞ୍ଚଳର ଜିତେନ୍ଦ୍ର ନାୟକ ଓ ମନୋଜ ନାୟକ ବୋଲି ପୁଲିସ କହିଛି।

prayash

ସୂଚନା ପ୍ରକାରେ ଗତ ୩ ତାରିଖରେ ଏନଏସିର ସିଆଣ୍ଡଡି କ୍ରସିଂ ମେସିନର ମଟର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଏନଏସି ଅଧକ୍ଷ ଏ. ଜାନକୀ ରାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନମ୍ବର ୧୮୫/୨୩ରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଥିଲା।

କୌଣସି ସୂତ୍ରରୁ ଖବର ପାଇ ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ, ଏସଆଇ ମୁନୀ ଦାଢ଼ିୟାଙ୍କ ନେତୃତ୍ୱରେ ଏକ ଟିମ ସ୍ଥାନୀୟ ଅଂଚଳରୁ ପ୍ରଥମେ ଅଭିଯୁକ୍ତ ମନୋଜକୁ ଗିରଫ କରିଥିଲେ। ପଚରା ଉଚରା ପରେ ମନୋଜ ତାଙ୍କ ଘର ନିକଟରେ ମଟରଟିକୁ ପୋତି ଦେଇଥିବା କହିଥିଲା। ଏଥିରେ ଜିତେନ୍ଦ୍ର ସହଯୋଗ କରିଥିବା କହିଥିଲା lପୁଲିସ ଘଟଣା ସ୍ଥଳରେ ପହଞ୍ଚି ମଟରକୁ ମାଟି ତଳୁ ଖୋଳି ବାହର କରିବା ସହ ମନୋଜକୁ ସହଯୋଗ କରିଥିବା ଜିତେନ୍ଦ୍ରକୁ ଗିରଫ ମଧ୍ୟ ଗିରଫ କରିଥିଲା। ଆଜି ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି।

kalyan agarbati

Comments are closed.