ଗୋପାଳପୁର ନିର୍ବାଚନମଣ୍ଡଳୀ : ୪୦ ଶକ୍ତି କେନ୍ଦ୍ରରେ ମନ କୀ ବାତ କାର୍ଯ୍ୟକ୍ରମ

ଗୋପାଳପୁର : ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀର ୪୦ଟି ଶକ୍ତି କେନ୍ଦ୍ର ସମେତ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହା ଏକ ବିଶ୍ଵ ରେକର୍ଡ ବୋଲି ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ କାର୍ଯ୍ୟକ୍ରମ “ମନ୍ କୀ ବାତ୍‌” ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଥିବା ଏବଂ  ପ୍ରତ୍ୟେକ ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଲୋକେ ଅପେକ୍ଷା ରହିଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀ  ଯେଉଁ ଭଳି ଭାବେ ଦେଶର କୋଣ ଅନୁକୋଣରେ ରହିଥିବା ପ୍ରତିଭା ଓ ସାଧାରଣ ଦେଶବାସୀଙ୍କ ମନର କଥାକୁ ବ୍ୟାଖ୍ୟା କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନିୟ।
prayash
 ମନ କୀ ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତଳସ୍ତରରେ ଅସାଧାରଣ କାମ କରୁଥିବା ଏବଂ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି । ମୋଦୀଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବା ହେଉଛି ମନ କୀ ବାତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ମନ କୀ ବାତ୍ କାର୍ଯ୍ୟକ୍ରମ ଲୋକଙ୍କ ମନରେ ଆତ୍ମ ବିଶ୍ୱାସ, ତ୍ୟାଗ, ବଳିଦାନ ପାଇଁ ଖୋରାକ ଯୋଗାଇଛି । ଏହି “ମନ କୀ ବାତ୍‌”ରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ଉପଯୋଗୀ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ବ୍ରହ୍ମପୁର ଲୋକସଭା ବିସ୍ତାରକ ରାମଚନ୍ଦ୍ର ନାୟକ, ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ଟୁନା ଜେନା, ପିଣ୍ଟୁ ଜେନା, ପ୍ରଦୀପ ଶତପଥୀ, ଗୋଲାପ ଜେନା, ଏମ. ରଜେଶ୍ୱର ରାଓ, ଶିବାନନ୍ଦ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଚୌଧୁରୀ, ବସନ୍ତ ଜେନା,କିଶୋର ପାତ୍ର, ପ୍ରମୋଦ କୁମାର ପଣ୍ଡା, ରାଜି ପାତ୍ର, ଆକାଶ ପାତ୍ର, ପ୍ରମୋଦ ଜେନା ପ୍ରମୁଖ ଯୋଗଦାନ କରିଥିଲେ।

Comments are closed.