www.samajalive.in
Monday, December 15, 2025
24.1 C
Bhubaneswar

ଲାଲା ଲଜପତରାୟ ଥିଲେ ଶକ୍ତି ଓ ସାହସର ପ୍ରତୀକ

ଗୁରୁଡିଝାଟିଆ: ପୁରୁଷ ସିଂହ ,ଅଫୁରନ୍ତ ସାହସ ର ପ୍ରତୀକ ଲାଲା ଲଜପତ ରାୟଙ୍କ ଜୀବନାଦର୍ଶ ଯୁବ ମାନସ ଭିତରେ ଦେଶ ମାତୃକାର ଭାବ ସୃଷ୍ଟିରେ ଅନନ୍ୟ ଭୂମିକା ଗ୍ରହଣ କରିଥାଏ। ସାଇମନ କମିଶନଙ୍କୁ ବିରୋଧ କରି ଇଂରେଜ ସରକାରଙ୍କ ଛାତି ଥରାଇଦେଇଥିଲେ। ବାସ୍ତବରେ ସେ ଥିଲେ ଅଗ୍ନିର ସ୍ପୁଲିଙ୍ଗ। ନୂତନ ଚିନ୍ତା ଓ ଚେତନାର ବାର୍ତ୍ତାବହ। ମାଟି ମାଆକୁ ପରାଧୀନତାର ଶୃଙ୍ଖଳରୁ ବିମୁକ୍ତ କରି ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ ବିପ୍ଲବାତ୍ମକ ରାହା ସୃଷ୍ଟି କରୁଥିବା ମହାନ ସଂଗ୍ରାମୀ ବୋଲି ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ଲାଲା ଲଜପତ ରାୟଙ୍କ ତିରୋଧାନ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ଅଧ୍ୟାପକ ବିକ୍ରମ କେଶରୀ ରାଉତ ମତପ୍ରକାଶ କରିଥିଲେ।

ଗୋପବନ୍ଧୁ ନର୍ସିଂ କଲେଜର ବରିଷ୍ଠ ଶିକ୍ଷୟିତ୍ରୀ ରଞ୍ଜିତା ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଲାଲାଜୀଙ୍କ ତିରୋଧାନ ଦିବସରେ ଅନୁଷ୍ଠାନର ଅଧ୍ୟାପକ ଶ୍ରୀ ରାଉତ କହିଥିଲେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି, ଶିକ୍ଷାର ପ୍ରସାର, ଅର୍ଥନୈତିକ ସମୃଦ୍ଧି ପାଇଁ ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଲାଲାଜୀ ଥିଲେ ଏକାଧାରାରେ ବରିଷ୍ଠ ଆଇନଜୀବି, ମୁକ୍ତି ସଂଗ୍ରାମୀ ଓ ନିଜ ପୁରୁଷାର୍ଥକୁ ସାର୍ଥକ କରି ଶକ୍ତି ଓ ସାହସ ବଳରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରିଥିଲେ। ଲୋକ ସେବକ ମଣ୍ଡଳ ପ୍ରତିଷ୍ଠା କରି ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଲୋକ ସେବକ ମଣ୍ଡଳର ପରିଚାଳନା ପାଇଁ ‘ସମାଜ’ ଖବର କାଗଜ ଆଜି ଶତାୟୁରେ ପରିଣତ ହୋଇଛି ବୋଲି ଶ୍ରୀ ରାଉତ କହିବା ସଂଗେ ଉପସ୍ଥିତ ବିଦ୍ୟାର୍ଥୀମାନେ ଲାଲାଜୀଙ୍କ ନିଃସ୍ୱାର୍ଥପର ସାଲିସବିହୀନ ଜୀବନାର୍ଶରେ ଗଢିତୋଳିଲେ ଭଲ ଓ ବଡ ମଣିଷ ହୋଇପାରିବେ ବୋଲି କହିଥିଲେ। ଶୁଭସ୍ମିତା ପୃଷ୍ଟି, ମିତାଲି ବରାଳ, ଆରଡି ଅଲପ୍ସାଙ୍କ ସଂଯୋଜନାରେ ଆୟୋଜିତ ଲାଲାଜୀଙ୍କ ତିରୋଧାନ ଦିବସରେ ସେବିକା ଛାତ୍ରୀ ତପସ୍ୱିନୀ ଗାଆଣ ଓ ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ଲାଲାଜୀଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ।

- Advertisement -

ନର୍ସିଂ କଲେଜର ରାଜଶ୍ରୀ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ, ଜୟଶ୍ରୀ ପ୍ରଧାନ, ଗୀତାଞ୍ଜଳି ନନ୍ଦ, ସୌଦାମିନି ସାହୁ, ମାମାଲି ପ୍ରିୟଦର୍ଶିନୀ, ଆକଶଦୀପ ସାହୁ, ରଶ୍ମୀରଞ୍ଜନ ମହନ୍ତ, ସୁଶ୍ରୀ ସୁନିତା ପଣ୍ଡା, ସ୍ନେହାଶ୍ରୀତା ସ୍ୱାଇଁ ଓ ସୁବ୍ରତ କୁମାର ସାହୁ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories