ଗୁଜରାଟରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ ଅପରେସନ ସେଣ୍ଟର
ୱାଶିଂଟନ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଗୁଲର ସିଇଓ ସୁନ୍ଦର ପିଚାର ଆମେରିକା ଗସ୍ତରେ ଶୁକ୍ରବାର ସାକ୍ଷାତ କରିଥିଲେ। ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେସନ ସେଣ୍ଟର ପ୍ରତିଷ୍ଠା କରିବ ବୋଲି ପିଚାଇ ଏହି ଅବସରରେ ଘୋଷଣା କରିଛନ୍ତି। ପିଚାଇ କହିଛନ୍ତି ଯେ, ଏହା ଭାରତର ଫିଣ୍ଟେକ ନେତୃତ୍ୱକୁ ମଜବୁତ କରିବ। ଏଥିରେ ୟୁପିଏ ଏବଂ ଆଧାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ବିଶ୍ବସ୍ତରୀୟ କରାଯିବାକୁ ପ୍ରୟାସ କରାଯିବ।
Comments are closed.