ଶସ୍ତା ହେଲା ସୁନା, ୨୪, ୨୨ଏବଂ୧୮ କ୍ୟାରେଟର ରହିଛି ଏହି ଦାମ- ରୂପା ଦର ବି କମିଲା

ନୂଆଦିଲ୍ଲୀ – ପ୍ରାୟ ସପ୍ତାହକ ପରେ ଦିଲ୍ଲୀର ଗହଣା ବଜାରରେ ସୁନା ଏବଂ ରୂପାର ପାଇକାରୀ ଦର ହ୍ରାସ ପାଇଛି । ଇଣ୍ଡିଆଟୁଡେର ଖବର ଅନୁଯାୟୀ ବର୍ଷର ଶେଷରେ ସୁନା ଏବଂ ରୂପା ଦର ସାମାନ୍ୟ କମିଛି । ଭାରତୀୟ ଗହଣା ସଂଘ ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ୧୦ ଗ୍ରାମ ୨୪ କ୍ୟାରେଟ ଶୁଦ୍ଧ ସୁନା ଦର ୬୩୪୫୨ ଟଙ୍କା ରହିଥିଲା ।

ଶୁକ୍ରବାରରେ ଏହା ଶସ୍ତା ହୋଇଥିଲା । ଏହା ହ୍ରାସ ପାଇ ୬୩୩୩୨ ଟଙ୍କାରେ ପହଞ୍ଚିଥିଲା । ସେହିପରି ରୂପାଦର ହ୍ରାସ ପାଇ ପ୍ରତିକିଲୋ ୭୩୭୫୮ ଟଙ୍କାରେ ପହଞ୍ଚିଥିଲା ।

୨୨ କ୍ୟାରେଟ ୯୧୬ ଶୁଦ୍ଧତା ଥିବା ସୁନା ୫୮୦୧୨ ଟଙ୍କା ଏବଂ ୧୮ କ୍ୟାରେଟ ୭୫୦ ଶୁଦ୍ଧତା ଥିବା ସୁନା ୪୭,୪୯୯ ଟଙ୍କା ୧୪ କ୍ୟାରେଟ ୩୭୦୪୯ ଟଙ୍କା ରହିଥିଲା ।

Comments are closed.